ଏଣିକି ଲାଇଭ ଭିଡିଓ ଦେଖିବା ପାଇଁ ଦେବାକୁ ପଡିବ ଅତିରିକ୍ତ ଟଙ୍କା ! ଫେସବୁକରେ ବ୍ରଡକାଷ୍ଟିଂ ପୂର୍ବରୁ ବ୍ୟବସାୟୀ ଧାର୍ଯ୍ୟ କରିବେ ଲାଇଭ ଭିଡିଓର ଚାର୍ଜେସ୍, ବିନା ପେମେଂଟରେ ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେନି ୟୁଜର୍ସ…!

889

କନକ ବ୍ୟୁରୋ: ଏଣିକି ଫେସବୁକରେ ଲାଇଭ ଭିଡିଓ ଦେଖିବା ମହଙ୍ଗା ହେବ । ଫେସବୁକ ଲାଇଭ ଭିଡିଓ ଦେଖିବା ପାଇଁ ଏଣିକି ୟୁଜର୍ସଙ୍କୁ ଦେବାକୁ ପଡିପାରେ ଟଙ୍କା । ଏନେଇ ଖୁବ୍ ଶୀଘ୍ର ଘୋଷଣା କରିପାରେ ବିଶ୍ୱର ସବୁଠୁ ଲୋକପ୍ରିୟ ସୋସିଆଲ ନେଟୱର୍କିଂ ସାଇଟ୍ ଫେସବୁକ । ତେବେ କରୋନା ମହାମାରୀ ଯୋଗୁଁ କ୍ଷତି ସହୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କଂପାନୀ ଏଭଳି କରାଯାଉଥିବା ସୂଚନା ମିଳିଛି ।

ଯେଉଁମାନେ ଫେସବୁକରେ ଲାଇଭ ଭିଡିଓ କରୁଛନ୍ତି, ସେମାନେ ଏହି ନୂଆ ଫିଚର ସହାୟତାରେ ଲାଇଭ ବ୍ରୋଡକାଷ୍ଟ ଆରମ୍ଭ କରିବା ପୂର୍ବରୁ ଧାର୍ଯ୍ୟ କରିପାରିବେ କି ସେ ନିଜ ଲାଇଭ ଭିଡିଓକୁ ଫ୍ରି ରଖିବାକୁ ଚାହୁଁଛନ୍ତି ନା ଏହାକୁ ଆକ୍ସେସ କରୁଥିବା ବ୍ୟକ୍ତିଙ୍କ ପାଇଁ ଫିସ୍ ଚାର୍ଜ କରିବାକୁ ଚାହୁଛନ୍ତି । ତେବେ କ୍ରିଏଟର୍ସ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ସମସ୍ୟାକୁ ନଜରରେ ରଖି ଫେସବୁକ ସେମାନଙ୍କୁ ଲାଇଭ ଭିଡିଓରେ ଆକ୍ସେସ ଫିସର ବିକଳ୍ପ ଦେଇ ଆର୍ଥିକ ସହାୟତା ଯୋଗାଇବାକୁ ଲକ୍ଷ୍ୟ ରଖିଛି ।

ସେହିଭଳି ଫେସବୁକର ଏହି ନୂଆ ଟୁଲ ଜରିଆରେ ରୋଜଗାରର ବାଟ ମଧ୍ୟ ଫିଟିପାରେ । ଯେଉଁ ୟୁଜରମାନେ ଭିଡିଓ ଷ୍ଟ୍ରିମିଂ ଜରିଆରେ ଅସହାୟ ଲୋକଙ୍କୁ ସହାୟତା ପାଇଁ ଅର୍ଥ ଯୋଗାଡ କରିବାକୁ ଚାହୁଛନ୍ତି, ସେମାନେ ନିଜ ଲାଇଭ ଷ୍ଟ୍ରିମରେ ଡୋନେଟ ବଟନ ମଧ୍ୟ ଆଡ କରିପାରିବେ । ତେବେ ଏହି ଡୋନେସନରେ ଆସୁଥିବା ସମସ୍ତ ଟଙ୍କାକୁ ଫେସବୁକ ସିଧା ନନ-ପ୍ରଫିଟ୍ ଅର୍ଗାନାଇଜେସ ଆକାଉଂଟକୁ ପଠାଇଦେବ ଏବଂ ଏଥିପାଇଁ କଂପାନୀ ପକ୍ଷରୁ ୱାନ ପର୍ସେଂଟ ବି ଭାଗ ନେବା ନାହିଁ । ତେବେ ଫେସବୁକର ଏହି ଫିଚର କେବେ ଆସିବ ଆଉ ଏହାର ଲିମିଟେସନ କଣ ରହିବ, ସେନେଇ ଫେସବୁକ ତରଫରୁ ସେଭଳି କୌଣସି ସୂଚନା ଦିଆଯାଇନଥିବା ବେଳେ ଏନେଇ ଖୁବ୍ ଶୀଘ୍ର କଂପାନୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି ।