ଫେସବୁକ ଲାଇଭ ଦେଖାଇଲା ଛାତିଥରା ଦୃଶ୍ୟ: ହାତରେ ଥିଲା ମୋବାଇଲ, ମୁଣ୍ଡ ଉପରେ ଥିଲା ମୃତ୍ୟୁ

1,409

କନକ ବ୍ୟୁରୋ: ଜାନୁଆରୀ ୧୫ । ନେପାଳ ଇତିହାସର କଳା ଦିନ । ଭୟଙ୍କର ଦୁର୍ଘଟଣା ଯୋଗୁଁ ୮୯ବର୍ଷ ପରେ ପୁଣି ନେପାଳ ଛାତି ଥରି ଉଠିଛି । ୧୯୩୪ ମସିହାରେ ହୋଇଥିବା ଭୟଙ୍କର ଭୁକମ୍ପରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଦୀର୍ଘବର୍ଷ ପୁରୁଣା ସେହି କଳାଦିନ ପୁଣି ଥରେ ନେପାଳବାସୀଙ୍କ ମନେପଡିଛି । ସାରା ବିଶ୍ୱକୁ ଦୋହଲାଇ ଦେଇଛି ନେପାଳ ବିମାନ ଦୁର୍ଘଟଣା । ଏବେ ସୋସିଆଲ ମିଡିଆରେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ଆପଣମାନେ ମଧ୍ୟ ଏକଥା ମାନିବାକୁ ବାଧ୍ୟ ହେବେ ଜୀବନ ହେଉଛି ଏକ ଅନିଶ୍ଚିତ ଯାତ୍ରା । କେତେବେଳେ କେଉଁଠି ମଧ୍ୟ ଶେଷ ହୋଇପାରେ ।

ଟିଭି ସ୍କ୍ରିନରେ ଆପଣ ଦେଖୁଥିବା ଭିଡିଓ ହେଉଛି ନେପାଳ ୟେତି ଏୟାରଲାଇନ୍ସର ବିମାନର ଜଣେ ଏୟାର ହୋଷ୍ଟେସରଙ୍କ । ବିମାନ ଉଡାଣ ଭରିବା ପୂର୍ବରୁ ବେଶ ହସଖୁସିରେ ଓସିନ ନାମ୍ନୀ ଏୟାରହୋଷ୍ଟେଜ ଏକ ଟିକଟକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ମୃତ୍ୟୁ ସହ ସାମ୍ନାସାମ୍ନି ହେବା ପୂର୍ବରୁ ଓସିନ ଏହି ଭିଡିଓ ପୋଷ୍ଟ କରିଥିଲେ । ହୁଏତ ଓସିନ କଳ୍ପନାରେ ସୁଦ୍ଧା ଭାବିନଥିବେ ଏହି ଯାତ୍ରା ତାଙ୍କର ଶେଷଯାତ୍ରା ହେବାକୁ ଯାଉଛି ।

ନେପାଳର ଜଣେ ଜଣାଶୁଣା ସିଙ୍ଗର । ନାଁ ତାଙ୍କର ଥିଲା ନୀରା ଛନ୍ତ୍ୟାଂଲ । ମୃତ୍ୟୁର କିଛି ସମୟର ପୂର୍ବରୁ ନୀରା ଫେସବୁକରେ ଏକ ପୋଷ୍ଟ କରିଥିଲେ । ପୋଖରାନରେ ପହଁଚି ମ୍ୟୁଜିକ କନସର୍ଟରେ ଯୋଗ ଦେବେ ଓ ପ୍ରଶଂସକଙ୍କୁ ଆସିବା ପାଇଁ ସ୍ୱାଗତ ମଧ୍ୟ କରିଥିଲେ । କିନ୍ତୁ ନୀରା ବୋଧ ହୁଏ ଅଜଣାଥିଲେ ପୋଖରାନ ପହଁଚି ପ୍ରଂଶସକଙ୍କ ଭେଟିବା ଆଗକରୁ ରାସ୍ତା ଛକିଛି ମୃତ୍ୟୁ । ସେପଟେ ୟୁଟୁବରେ ନୀରାଙ୍କ ଶେଷ ଭିଡିଓ ମଧ୍ୟ ବେଶ ଭାଇରାଲ ହେଉଛି ।

ଜୀବନର ଅନେକ ସ୍ୱପ୍ନକୁ ପୂରା ହେବା ପୂର୍ବରୁ ଏହାକୁ ସବୁଦିନ ପାଇଁ ଏହାକୁ ବିଗାଡି ଦେଇଛି ନେପାଳ ବିମାନ ଦୁର୍ଘଟଣା । ଦିନେ ସ୍ୱାମୀ ଚାଲିଯାଇଥିଲେ । ଏବେ କୋ-ପାଇଲଟ ଥିବା ସ୍ତ୍ରୀ ଚାଲିଗଲେ । ନେପାଳ ବିମାନ ଦୁର୍ଘଟଣାରୁ କୋ-ପାଇଲଟ୍ ଅଞ୍ଜୁ ଖତିୱାଡ଼ାଙ୍କ ଏମିତି ଏକ କାହାଣୀ ସାମ୍ନାକୁ ଆସିଛି, ଯିଏ ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ । ସଠିକ୍ ଲ୍ୟାଣ୍ଡିଂ ହୋଇଥିଲେ କାହାଣୀ ଆଉ କିଛି ହୋଇଥାନ୍ତା । କୋ-ପାଇଲଟରୁ କ୍ୟାପଟେନ୍ ହୋଇଥାନ୍ତେ ଅଞ୍ଜୁ । ହେଲେ ମାତ୍ର କିଛି ସେକେଣ୍ଡର ବ୍ୟବଧାନରେ ସବୁ କିଛି ସରିଗଲା ।

ସାମ୍ନାକୁ ଆସିଛି ନେପାଳ ବିମାନ ଦୁର୍ଘଟଣାର ଶେଷ ଭିଡିଓ । ଭିଡିଓ କରିଥିବା ବ୍ୟକ୍ତି ଜଣକ ଭାରତର ବୋଲି ଜଣାପଡ଼ିଛି । ବେଶ ହସଖୁସିରେ ଯାତ୍ରା କରୁଥିଲେ ଯାତ୍ରୀ । ଆକାଶ ଉପରୁ ଉଠାଉଥିଲେ ପୋଖରାନର ଦୃଶ୍ୟ । ଫେସବୁକ ଲାଇଭ କରି ଖୁସି ବାଂଟୁଥିଲେ ଆଉ ଅପେକ୍ଷା କରିଥିଲେ କେମିତି ପୋଖରାନରେ ପହଁଚିବେ?କିନ୍ତୁ ସେ ଜାଣିନଥିଲେ ନିଜ ସହ ଯାତ୍ରୀଙ୍କ ସମେତ ତାଙ୍କର ମଧ୍ୟ ଏହା ଶେଷଯାତ୍ରା ହେବାକୁ ଯାଉଛି । ଉତର ପ୍ରଦେଶର ସୋନୁ ଜୈସୱାଲ ନାମକ ଯୁବକ ତାଙ୍କର ଫେସବୁକର ଲାଇଭ କରୁଥିଲେ । ପୁଅ ହେବା ପରେ ମନସ୍କାମନା ପୁରା କରିବାକୁ ସ୍ଥିିର କରିଥିଲେ ସୋନୁ । ତେଣୁ ନିଜ ଖର୍ଚ୍ଚରେ ୩ଜଣ ସାଙ୍ଗକୁ ସାଥୀରେ ନେଇ ସୋନୁ ନେପାଳ ପଶୁପତି ମନ୍ଦିର ବୁଲିଯାଇଥିଲେ ।କିନ୍ତୁ ତୀର୍ଥଯାତ୍ରା ଯେ ଶେଷ ଯାତ୍ରା ହେବ ଓ ୬ମାସର ପୁଅକୁ ଛାଡି ସବୁଦିନ ପାଇଁ ସୋନୁ ଛାଡିଚାଲିଯିବେ ସେକଥା କେହିବି ବିଶ୍ୱାସ କରି ପାରୁ ନାହାଁନ୍ତି ।