ପୁରୀ ମାମଲାର ଫେସବୁକ ଲିଙ୍କ୍ । କିଏ ସେହି ଫେସବୁକ୍ ଫ୍ରେଣ୍ଡ, ଯିଏ ଯୁବତୀଙ୍କୁ ନେଇ ପହଞ୍ଚିଥିଲେ ଥାନାରେ ।

ପୁରୀ ମାମଲାର ଫେସବୁକ ଲିଙ୍କ୍ । କିଏ ସେହି ଫେସବୁକ୍ ଫ୍ରେଣ୍ଡ, ଯିଏ ଯୁବତୀଙ୍କୁ ନେଇ ପହଞ୍ଚିଥିଲେ ଥାନାରେ ।

କନକ ବ୍ୟୁରୋ : ପୁରୀ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଆସୁଛି ନୂଆ ନୂଆ ତଥ୍ୟ । କୁମ୍ଭାରପଡା ଥାନାରେ ଯେତେବେଳେ ପୀଡିତା ଏଫଆଇଆର ଦେବାକୁ ଆସିଥିଲେ କେମିତି ଆସିଥିଲେ । ଏହି ପ୍ରଶ୍ନର ଉତର ଖୋଜୁ ଖୋଜୁ ସାମନାକୁ ଆସିଛନ୍ତି ପିଡିତାଙ୍କ ଜଣେ ଫେସବୁକ ବନ୍ଧୁ । ଗତକାଲି ସନ୍ଧ୍ୟାରେ ଯେତେବେଳେ ପୀଡିତା କୁମ୍ଭାରପଡା ଥାନାକୁ ଆସି ମାମଲା ରୁଜ୍ଜୁ କରୁଥିଲେ ସେତେବେଳେ ସାଥୀରେ ଥିଲେ ଜଣେ ଯୁବକ ।ଯାହା ଏବେ ପୂରା ମାମଲାର ଏକ ସନ୍ଦେହାତ୍ମକ ଦିଗକୁ ସାମ୍ନାକୁ ଆଣୁଛି । ଏହି ବନ୍ଧୁଙ୍କ ସହ ପୀଡିତାଙ୍କ ସମ୍ପର୍କ କଣ ସେନେଇ ମଧ୍ୟ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ପୀଡିତା ଜଣଙ୍କୁ କେଉଁ ସ୍ଥାନରୁ ନେଇ ଯୁବକ ଜଣକ ଥାନାକୁ ଆସିଥିଲେ? ପୀଡିତା ଜଣଙ୍କ ତାଙ୍କୁ ଘଟଣା ବାବଦରେ କେତେବେଳେ ଅବଗତ କରାଇଲେ? ଯଦି ପୀଡିତା ଜଣଙ୍କ ଏବାବଦରେ ଜଣାଇନଥିଲେ ତେବେ ଉକ୍ତ ଯୁବକ କିଭଳି ଜାଣିଲେ ଘଟଣା ବାବଦରେ? ତେଣୁ ପୋଲିସ ବର୍ତମାନ ଏ ଦିଗରେ ତଦନ୍ତ କରିବା ଜରୁରୀ ହୋଇପଡିଛି । ଇଏ ହେଉଛି ସେହି ଯୁବକଙ୍କ ଫେସବୁକ ଆକାଉଂଟ । ଯେଉଁ ଆକାଉଂଟରେ ଅନେକ ପୋଲିସ ଅଧିକାରୀ ମଧ୍ୟ ତାଙ୍କ ଫ୍ରେଣ୍ଡଲିଷ୍ଟରେ ଅଛନ୍ତି । ଏପରିକି ପିଡିତା ମଧ୍ୟ ତାଙ୍କ ଫ୍ରେଣ୍ଡ ଲିଷ୍ଟରେ ଅଛନ୍ତି । ଫେସବୁକ ଆକାଉଂଟର ସୂଚନା ଅନୁସାରେ ଏସକର୍ଟ ସର୍ଭିସ ଭୁବନେଶ୍ୱର ସ୍ପାରେ କାମ କରନ୍ତି ଏହି ଯୁବକ । ତେବେ କେଉଁ ପରିସ୍ଥିତିରେ ପିଡିତାଙ୍କୁ କୁମ୍ଭାରପଡା ଥାନାକୁ ଆଣିଥିଲେ ଏହି ଯୁବକ ଏହା ମଧ୍ୟ ତଦନ୍ତ ପରିସର ହେବା ଦରକାର ବୋଲି ଦାବି ହୋଇଛି । କାରଣ ଫେସବୁକ ଆକଉଂଟର ତଥ୍ୟ ଏମିତି ଗୋଟିଏ ଦିଗକୁ ସାମ୍ନାକୁ ଆଣିଛି, ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe