ଫେସବୁକ୍ ଲଞ୍ଚ୍ କଲା ତିନୋଟି ନୂଆ ଫିଚର ! ଜାଣନ୍ତୁ କ’ଣ ରହିଛି ସୁବିଧା ।

66

ସୋସିଆଲ୍ ନେଟୱାର୍କି ସାଇଟ୍ ଫେସବୁକ୍ ଏବେ ତିନୋଟି ନୁଆ ଫିଚର ଲଞ୍ଚ୍ କରିଛି । ଏହି ତିନୋଟି ଫିଚରକୁ ସର୍ବ ପ୍ରଥମେ ଭାରତରେ ହିଁ ରୋଲ୍ ଅ।।ଉଟ୍ କରାଯାଇଛି । ଫେସବୁକ୍ ଏହାର ନାଁ କ୍ରିଏଟ୍ ଆଣ୍ଡ୍ ସେଭ୍ ମେମୋରିଜ୍ ରଖିଛି । ଏହି ନୁଆ ଫିଚର ମାଧ୍ୟମରେ ଆପଣ ନିଜ ଫଟୋ ଏବଂ ଭିଡିଓକୁ ଫେସବୁକ୍ କ୍ଲାଉଡ୍ ମାଧ୍ୟମରେ ସେଭ୍ କରିପାରିବେ । ଯାହାକୁ ଆପଣ ପରେ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଏହି ଫିଚରକୁ ଆଜି ଭାରତରେ ଲଞ୍ଚ୍ କରାଯାଇଛି । ଏହି ଆପ୍ ଜରିଆରେ କେଉଁଥିରେ ପରିବର୍ତ୍ତନ ଆସିବ ଜାଣନ୍ତୁ । ୧. ଏହି ଫିଚର ଆସିବା ପରେ ଫେସବୁକ୍ ଇନ୍ ଆପରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଯଦି ଆପଣ ଫେସବୁକ୍ ଲାଇଟ୍ ଜରିଆରେ ଫଟୋ ଏବଂ ଭିଡିଓ ଅପଲୋଡ୍ କରୁଛନ୍ତି ତେବେ ଆପଣଙ୍କୁ ଏବେ ଫେସବୁକ୍ କ୍ଲାଉଡ୍ ଦେଖାଯିବ । ଏହି ଫିଚର ଜରିଆରେ ଆପଣ ଆପଣଙ୍କର ସ୍ମାର୍ଟଫୋନ୍ ଷ୍ଟୋରେଜକୁ ସଞ୍ଚୟ କରିପାରିବେ । କମ୍ ମେମୋରି ସ୍ପେଶ୍ ଥିବା ସ୍ମାର୍ଟଫୋନ୍ ୟୁଜର୍ସଙ୍କ ପାଇଁ ଏହି ଫିଚର ଲାଭଦାୟକ ସାବ୍ୟସ୍ତ ହୋଇପାରିବ ।
୨. ଫେସବୁକ୍ ଇନ୍ ଆପ୍ କ୍ୟାମେରାରେ ଭଏସ୍ ମେସେଜ୍ ରେକର୍ଡ କରିବା ଫିଚର ମଧ୍ୟ ରହିଛି । ଏହି ଫିଚର ମାଧ୍ୟମରେ ୟୁଜର୍ସ ନିଜ ଫଟୋ,ଭିଡିଓ ଏବଂ ଟେକ୍ସଟକୁ ଭଏସ୍ ମେସେଜରେ ରେକର୍ଡ କରି ଫେସବୁକରେ ଅପଲୋଡ୍ କରିପାରିବେ ।
୩. ଫେସବୁକ୍ ସାଇଟରେ ଆପଣ ପୂର୍ବରୁ ଷ୍ଟୋରୀ ପୋଷ୍ଟ୍ କରୁଥିଲେ କିନ୍ତୁ ଏବେ ଏହି ଷ୍ଟୋରୀକୁ ଆପଣ ସେଭ୍ ମଧ୍ୟ କରିପାରିବେ । ଫେସବୁକ୍ ଏହି ଫିଚରର ନାଁ “ଆର୍ଚିଭ” ରଖିଛି ।