ଫେସବୁକ୍ ଉପରେ ହ୍ୟାକର୍ସଙ୍କ ହମଲା ! ୫ କୋଟି ବ୍ୟବହାରକାରୀଙ୍କ ତଥ୍ୟ ଚୋରି ହୋଇ ଥିବା ସ୍ୱୀକାରକଲା ଫେସବୁକ୍ ।

43

କନକ ବ୍ୟୁରୋ : ଫେସବୁକ୍ ଉପରେ ହ୍ୟାକର୍ସଙ୍କ ହମଲା । ପ୍ରାୟ ୫କୋଟି ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ହ୍ୟାକର୍ ଚୋରି କରିଥିବା ସ୍ୱୀକାର କଲେ ସିଇଓ ମାର୍କ ଜୁକରବର୍ଗ  । କମ୍ପ୍ୟୁଟର ନେଟୱର୍କ ଉପରେ ହମଲା କରି ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରାଯାଇଥିବା ସ୍ୱୀକାର କରିଛି ଫେସବୁକ୍  । ତେବେ ଏହି ଘଟଣାରେ ସର୍ବାଧିକ ପ୍ରଭାବିତ ହୋଇଛି ଭାରତୀୟ ବ୍ୟବହାରକାରୀଙ୍କ ଫେସବୁକ୍ ଆକାଉଂଟ  ।

ଫେସବୁକ୍ ଇତିହାସରେ ସବୁଠୁ ଭୟାନକ କଳା ଶୁକ୍ରବାର ଥିବା କୁହାଯାଇଛି  । ସୁରକ୍ଷାରେ ତ୍ରୁଟି ଥିବା କାରଣରୁ ଏହି ତଥ୍ୟ ଚୋରି ହୋଇଥିବା ଫେସବୁକ୍ ପକ୍ଷରୁ ସ୍ୱୀକାର କରାଯାଇଛି  । ଏହାପରେ ଫେସବୁକ୍ ପକ୍ଷରୁ ୯ କୋଟି ବ୍ୟବହାରକାରୀଙ୍କୁ ବାଧ୍ୟତାମୂଳକ ଭାବେ ଲଗ୍ ଆଉଟ୍ କରାଯାଇଥିଲା  । କିଛି ଦିନ ପୂର୍ବରୁ କ୍ୟାମ୍ପ୍ରିଜ୍ ଆନାଲିଟିକା ସ୍କାଣ୍ଡାଲରେ ଫେସବୁକ୍ କଡ଼ା ସମାଲୋଚିତ ହୋଇଥିଲା  । ବର୍ତମାନ ପ୍ରାୟ ୨୭ କୋଟିରୁ ଅଧିକ ଭାରତୀୟ ଫେସବୁକ ବ୍ୟବହାର କରୁଛନ୍ତି  ।