କନକ ବ୍ୟୁରୋ : ଦୁର୍ବୃତଙ୍କ ଟାର୍ଗେଟରେ ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁ । ପୂର୍ବତନ ଡିସିପି ତଥା ବର୍ତମାନର ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ନାମରେ ଫେସବୁକରେ ଫେକ ଆକାଉଂଟ, ଏହି ସୂଚନା ଦେଇଛନ୍ତି ଖୋଦ ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁ ।
ଏହି ଆକାଉଂଟରୁ ଆସୁଥିବା ଫ୍ରେଣ୍ଡ ରିକୁଏଷ୍ଟକୁ ଗ୍ରହଣ ନକରିବାକୁ ସେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ ଅନୁରୋଧ କରିଛନ୍ତି ।