ଫେସବୁକ ୟୁଜର୍ସମାନଙ୍କ ପାଇଁ ଖୁସି ଖବର ! ଆସିଲା ନୂଆ ଫିଚର, ହୋଇପାରିବ ପ୍ରତିଟି ଭାଷାର ଅନୁବାଦ ।

37

ରିସର୍ଚ୍ଚରମାନେ ଫେସବୁକରେ ଆର୍ଟିଫିସିୟଲ ଇଣ୍ଟେଲିଜେନ୍ସିର ବ୍ୟବହାର କରି ଏକ ଭିନ୍ନ ଧରଣର ଫିଚର ବିକସିତ କରିଛି । ଏହି ଫିଚର ସାହାଯ୍ୟରେ ପ୍ରତିଟି ଭାଷା ଗୁଡିକୁ ଅନୁବାଦ କରିହେବ । ଯେପରିକି ଉର୍ଦ୍ଦୁ ବର୍ମୀ ବଳି ଭାଷାର ସରଳ ଏବଂ ସଠିକ ଅନୁବାଦ ହୋଇପାରିବ । ଏହି ସୂଚନା ଏକ ମିଡିଆ ରିପୋର୍ଟରୁ ପ୍ରକାଶ ପାଇଛି ।

ଫୋବର୍ସ ଅନୁଯାୟୀ, ଏହି ମହତ୍ୱପୂର୍ଣ୍ଣ ଖୋଜକୁ ଏମ୍ପିରିକଲ ମେଧର୍ଡସ୍ ଲାଙ୍ଗୁଏଜ ପ୍ରୋସେସିଂଗ କିମ୍ବା ଇଏମଏନଏଲପିରେ ପ୍ରଦାନ କରାଯିବ । ଫେସବୁକ ପାଇଁ ଏହି ଖୋଜ ମହତ୍ୱପୂର୍ଣ୍ଣ ପ୍ରମାଣ ହୋଇପାରେ । କାରଣ ସୋସିଆଲ ମିଡିଆ କମ୍ପାନୀ ସାରା ଦୁନିଆରେ ୟୁଜର୍ସଙ୍କୁ ତାଙ୍କର ନିଜ ଭାଷାରେ ପୋଷ୍ଟ କରିବା ଏବଂ ପୋଷ୍ଟ ପଢିବା ପାଇଁ ଅଟୋମେଟିକ ଲାଙ୍ଗଏଜ୍ ଟ୍ରାନ୍ସଲେସନର ବ୍ୟବହାର କରୁଛି ।

ଫେସବୁକ ଏଆଇ ରିସର୍ଚ ଡିଭିଜନ ଟିମ, ମେସିନ ଟ୍ରାନ୍ସଲେସନ ସିଷ୍ଟମକୁ ଟ୍ରେନିଂ ଦେବାରେ ସଫଳ ହୋଇପାରିଛନ୍ତି । ଏଥିରେ ଓି୍ୱକିପିଡିଆ ଭଳି ସାର୍ୱଜନିକ ରୁପେ ଉପଲବ୍ଧ ୱେବସାଇଟରେ ବିଭିନ୍ନ ଭାଷା ଏଥିରେ ଫିଡିଙ୍ଗ କରାଯାଇଛି ।