ବହୁ ବିବାଦ ଦେଖା ଦେବା ପରେ ବନ୍ଦ ହେବାକୁ ଯାଉଛି ବ୍ରିଟେନ ସ୍ଥିତ କେମ୍ବ୍ରିଜ୍ ଆନାଲିଟିକା ସଂସ୍ଥା । କମ୍ପାନୀ ଚଳାଇବା ଅବସ୍ଥାରେ ନଥିବାରୁ ବନ୍ଦ୍ କରାଯାଉଛି ବୋଲି କର୍ତୃପକ୍ଷ ଘୋଷଣା କରିଛନ୍ତି । ଏହା ସହିତ କମ୍ପାନୀକୁ ଲଣ୍ଡନ ଓ ଆମେରିକାରେ ଦେବାଳିଆ ଘୋଷଣା କରିବାକୁ ଆବେଦନ କରାଯିବ ବୋଲି ମଧ୍ୟ କୁହାଯାଇଛି । ଏହାର ମୂଳ ସଂସ୍ଥା ଏସସିଏଲ ଗ୍ରୁପର ସଂସ୍ଥାପକ ନାଇଜେଲ୍ ଓକ୍ସ ଏହି ଖବରକୁ ସ୍ପଷ୍ଟ କରିଛନ୍ତି ।
ଆନାଲିଟିକା କୋଟି କୋଟି ଫେସବୁକ୍ ୟୁଜର୍ସଙ୍କ ଡାଟା ଚୋରି କରୁଥିବାର ଅଭିଯୋଗ ହୋଇଥିଲା । ଆଉ ଏପରି ଅଭିଯୋଗ ଆସିବା ପରେ କମ୍ପାନୀକୁ ବଡ ପରିମାଣରେ ଜୋରିମାନା ଦେବାକୁ ପଡିଥିଲା । ଏହା ସହ ବଡ ସଂଖ୍ୟାରେ ଗ୍ରାହକ ମଧ୍ୟ ହରାଇବାକୁ ପଡିଥିଲା କେମ୍ବ୍ରିଜ୍ ଆନାଲିଟିକା ସଂସ୍ଥାକୁ । ଫଳରେ ବାଧ୍ୟ ହୋଇ ଏହି କମ୍ପାନୀକୁ ବନ୍ଦ କରିବାକୁ ପଡିଛି ବୋଲି ମୂଳ ସଂସ୍ଥା ଏସସିଏଲ ଗ୍ରୁପର ସଂସ୍ଥାପକ କହିଛନ୍ତି ।
ଏହାଛଡ଼ା ଆମେରିକୀୟ ନିର୍ବାଚନରେ ବହୁ ସଂଖ୍ୟକ ଭୋଟରମାନଙ୍କର ମନସ୍ତାତ୍ତ୍ୱିକ ପ୍ରୋଫାଇଲ୍ ଗଠନ କରିବା ନିମନ୍ତେ କେମ୍ପ୍ରିଜ୍ ଆନାଲିଟିକା ଫେସବୁକରୁ ତଥ୍ୟ ନେଇଥିଲା। ବ୍ୟକ୍ତିତ୍ୱ ପରୀକ୍ଷା ପରି ମନେ ହେଉଥିବା ଏକ ଆପ୍ ସହାୟତାରେ ସଂସ୍ଥାନ ଖୁବ୍ ଶୀଘ୍ର ଡାଟାବେସ୍ ସଂଗ୍ରହ କରିବାରେ ସମର୍ଥ ହୋଇଥିଲା। ସେ ଆପଟି କୋଟି କୋଟି ଲୋକଙ୍କର ଡାଟା ସଂଗ୍ରହ କରିବା ସହ ଆପ୍ ଡାଉନଲୋଡ୍ କରି ନ ଥିବା ସେମାନଙ୍କର ଫେସବୁକ୍ ଫ୍ରେଣ୍ଡମାନଙ୍କର ତଥ୍ୟ ମଧ୍ୟ ଯୋଗାଡ଼ କରି ନେଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/heres-how-facebook-got-into-this-mess-a-timeline-2-3521-1521675850-11_dblbig.jpg)