୨୦୦ ଟଙ୍କାରେ ମିଳୁଛି ୧୦୦୦ ଲାଇକ ! ସାମ୍ନାକୁ ଆସିଲା ଫେକ ଫେସବୁକ ଲାଇକ ଓ ଫଲୋଅର୍ସର କାହାଣୀ, ଜାଣନ୍ତୁ କେଉଁ ସର୍ଭିସର ମୂଲ୍ୟ କେତେ ଟଙ୍କା

88

ଏବେ ସୋସିଆଲ ମିଡିଆର ଟ୍ରେଣ୍ଡ । ଏବେ ସୋସିଆଲ ମିଡିଆ ମାୟାରେ ପୂରା ଯୁବଗୋଷ୍ଠୀ । ସୋସିଆଲ ମିଡିଆରେ ଫଟୋ ଛାଡି ଅଧିକରୁ ଅଧିକ ଲାଇକ ଓ କମେଣ୍ଟ ପାଇବା ପାଇଁ ଯୁବଗୋଷ୍ଠୀଙ୍କ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି । କିନ୍ତୁ ଏବେ ପଇସା ଦେଲେ ଏଭଳି ସୁବିଧା ମଧ୍ୟ ହାତପାହାନ୍ତାରେ ମିଳୁଛି । ପୂର୍ବରୁ ଫେକ୍ ନ୍ୟୁଜ ଓ ଫେକ ପୋଷ୍ଟ କଥା ଆପଣ ଶୁଣିଥିବେ କିନ୍ତୁ ଏବେ ଫେକ ଲାଇକ ଓ କମେଣ୍ଟ ମଧ୍ୟ ଉପଲବ୍ଧ ହେଲାଣି । କିଛି ଅନଲାଇନ ସଂସ୍ଥା ପଇସା ନେଇ ଲାଇକ, ରିଭ୍ୟୁ ଦେବା ସହ ଭିଡିଓ ଭାଇରାଲ କରିବା ଭଳି ସର୍ଭିିସ ପ୍ରଦାନ କରୁଛନ୍ତି । କିନ୍ତୁ କୌଣସି ପୋଷ୍ଟରେ ଲାଇକ ପାଇବା ପାଇଁ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରାଯାଇଛି ।

Social-Mediaଋିପୋର୍ଟ ମୁତାବିକ, ଇନଷ୍ଟାଗ୍ରାମରେ ୧୦୦୦ ଲାଇକ ପାଇବାକୁ ଗ୍ରାହକଙ୍କୁ ୨୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ସେହି ୨୦୦ ଲାଇକ ଫେସବୁକରେ ପାଇବା ପାଇଁ ୪୦୦ରୁ ୫୦୦ ଟଙ୍କା ଦେବାକୁ ପଡୁଛି । ସେହିଭଳି ଏକ ହଜାର ଫେସବୁକ ସବସ୍କ୍ରାଇବର ପାଇ ଗ୍ରାହକଙ୍କୁ ୧୬୦୦ରୁ ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସାଇବର ସିକ୍ୟୁରିଟି ଏକ୍ସପର୍ଟ ଜିତେନ ଜୈନଙ୍କ କହିବା ଅନୁଯାୟୀ, ଯେତେବେଳେ କାଶ୍ମୀରରେ ବୁରହାନ ୱାନିଙ୍କୁ ହତ୍ୟା କରାଯାଇଥିଲା ସେତେବେଳେ ପାକିସ୍ତାନର କିଛି ସଂସ୍ଥା ବୁରହାନର କିଛି ଫଟୋକୁ ଏହି ଉପାୟରେ ଭାରତରେ ଟ୍ରେଣ୍ଡ କରିବାକୁ ପ୍ରୟାସ କରିଥିଲେ ।

MM-FakeLikes-Blogକେବଳ ପଇସା ଦେଇ ଲାଇକ କିମ୍ବା ରିଭ୍ୟୁ ନୁହେଁ ବରଂ ଅନ୍ୟ କାହା ବିରୋଧରେ ନେଗେଟିଭ କମେଣ୍ଟ ମଧ୍ୟ ଦେଇପାରିବେ । ଗୁଡଗାଓଁର ଏକ ମାର୍କେଟିଙ୍ଗ ଏଜେନ୍ସି ଚଳାଉଥିବା ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଗୋଟିଏ ସପ୍ତାହରେ ସେ ଏକ ଲକ୍ଷ ଲାଇକ ଦେଇପାରିବେ । ଏଥିପାଇଁ ଫେସବୁକର କିଛି ପେଡ ସର୍ଭିସକୁ ବ୍ୟବହାର କରିବାକୁ ପଡିବ । ଏହାଛଡା ନିଜସ୍ୱ ଜ୍ଞାନକୌଶଳ ମଧ୍ୟ ଆବଶ୍ୟକ । ଏଥିପାଇଁ ସାଇବର ଟେକ୍ନୋଲୋଜିରେ ଆପଣଙ୍କୁ ମାହିର ହେବାକୁ ପଡିବ ।

ଅନଲାଇନ ସଂସ୍ଥା ଗୁଡିକ ବିଭିନ୍ନ ସଫଟୱେୟାର ମାଧ୍ୟମରେ ଗ୍ରାହକଙ୍କ ପୋଷ୍ଟକୁ ଫେସବୁକର ଅସଲି ୟୁଜରଙ୍କ ପୋଖରେ ପହଞ୍ଚାଇଥାନ୍ତି । ଯାହାଫଳରେ ଖୁବ୍ ଦିନ ମଧ୍ୟରେ କିଛି ପୋଷ୍ଟ ଚର୍ଚ୍ଚାର ପରିସରକୁ ଆସିଥାଏ । ଅନ୍ୟ କାହା ବିରୋଧରେ ନେଗେଟିଭ କ୍ୟାମ୍ପେନ କରିବା ପାଇଁ ଗ୍ରାହକଙ୍କୁ ୩୦ ହଜାର ଟଙ୍କା ଦେବାକୁ ପଡୁଛି ।