ମକା ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ନେଇ ମୁହାଁମୁହିଁ । ପ୍ଲାଣ୍ଟ ପାଇଁ ଜମି ଅଧିଗ୍ରହଣକୁ ନେଇ ମୁଣ୍ଡ ଟେକିଛି ବିବାଦ, ବିନା ପଲ୍ଲିସଭାରେ ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ବିରୋଧ ।

Advertisment
ମକା ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ନେଇ ମୁହାଁମୁହିଁ । ପ୍ଲାଣ୍ଟ ପାଇଁ ଜମି ଅଧିଗ୍ରହଣକୁ ନେଇ ମୁଣ୍ଡ ଟେକିଛି ବିବାଦ, ବିନା ପଲ୍ଲିସଭାରେ ଜମି ଅଧିଗ୍ରହଣକୁ ଗ୍ରାମବାସୀଙ୍କ ବିରୋଧ ।

କନକ ବ୍ୟୁରୋ : ନବରଙ୍ଗପୁରରେ ମକା ପ୍ରକ୍ରିୟାକରଣ ପ୍ଲାଂଟକୁ ନେଇ ମୁହାଁମୁହିଁ । ପ୍ଲାଂଟ ପାଇଁ ଜମି ଅଧିଗ୍ରହଣକୁ କେନ୍ଦ୍ର କରି ମୁଣ୍ଡ ଟେକିଛି ବିବାଦ । ପ୍ଲାଂଟ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଭିତରେ ଚାଲିଛି ଛକାପଂଝା । ମକା ପ୍ରକ୍ରିୟାକରଣ ପ୍ଲାଂଟ ପ୍ରତିଷ୍ଠା କରିବା ପାଇଁ ବିନା ପଲ୍ଲିସଭା କି ଗ୍ରାମସଭାରେ ଜମି ଅଧିଗ୍ରହଣ କରାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ବଢୁଛି । ଆଉ ଏହି ଘଟଣାରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ସମାଧାନ ନକଲେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଲଢେଇ ଭିତରେ ବଳି ପଡିଯାଇପାରେ ପ୍ଲାଂଟ ।

ମକା ପ୍ରକ୍ରିୟାକରଣ ପ୍ଲାଂଟ ପାଇଁ ମୁହାଁମୁହିଁ । ଜମି ଅଧିଗ୍ରହଣକୁ ନେଇ ମୁଣ୍ଡ ଟେକିଛି ବିବାଦ । ଏସିଆ ମହାଦେଶର ସର୍ବବୃହତ ମକା ବଜାରର ଆଖ୍ୟା ପାଇଥିବା ନବରଙ୍ଗପୁର ଜିଲ୍ଲାରେ ମକା ପ୍ରକ୍ରିୟାକରଣ ପ୍ଲାଂଟକୁ ନେଇ ମୁଣ୍ଡ ଟେକିଛି ବିବାଦ । ମକା ଚାଷୀଙ୍କ ବିକ୍ରି ସମସ୍ୟା ସମାଧାନ ପାଇଁ କୋଷାଗୁମୁଡା ବ୍ଲକର ବାମୁଣୀ ଗାଁରେ ୨୦୧୮ ମସିହା ନଭେମ୍ବର ୩ ତାରିଖରେ ମକା ପ୍ଲାଂଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ଲାଂଟ ପାଇଁ ଜମି ଅଧିଗ୍ରହଣ ହୋଇଛି । ଆଉ ଜମି ଅଧିଗ୍ରହଣକୁ ନେଇ ପ୍ଲାଂଟ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି । ଇଡକୋ ମାଧ୍ୟମରେ ବିଜୟନଗର ବାୟୋଟେକ ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀକୁ ୧୬୦ ଏକର ଜମି ଯୋଗାଇ ଦେଇଛନ୍ତି ସରକାର । କିନ୍ତୁ ଏହି ଜମି ହସ୍ତାନ୍ତରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି ।

publive-imageବାମୁଣୀ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,
୧. ଜମି ଅଧିଗ୍ରହଣ ପାଇଁ ପଲ୍ଲିସଭା କି ଗ୍ରାମସଭା କରିନାହିଁ ପ୍ରଶାସନ
୨. ସରକାରୀ ଜମିରେ କାରଖାନା ହେଲେ ଜୀବିକା ହରାଇବେ ୧୨ ଖଣ୍ଡ ଗାଁର ଗ୍ରାମବାସୀ
୩. ପ୍ଲାଂଟ ପାଇଁ ଦିଆଯାଉଥିବା ଜମିରେ ଜଙ୍ଗଲ ସୃଷ୍ଟି କରିବାକୁ ଦାବି

ଜମିରେ ପ୍ଲାଂଟ ହେଲେ ଗାଇଗୋରୁ ଚରିବାକୁ ଅସୁବିଧା ହେବ, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନ ଜିଉଁଥିବା ଆଦିବାସୀ ଜୀବିକା ହରାଇବେ । ତେଣୁ ମରିବେ ପଛେ ଜମି ଛାଡିବେ ନାହିଁ ବୋଲି ଅଡି ବସିଛନ୍ତି ଗ୍ରାମବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe