ପୁଣି ଗାନ୍ଧୀଙ୍କୁ ନେଇ ବିଧାନସଭାରେ ବିରୋଧୀ ମୁହାଁମୁହିଁ । ସୁର ରାଉତରାୟ ଓ ବିଷ୍ଣୁ ସେଠୀଙ୍କ ମଧ୍ୟରେ ଗୃହରେ କଥା କଟାକଟି

ପୁଣି ଗାନ୍ଧୀଙ୍କୁ ନେଇ ବିଧାନସଭାରେ ବିରୋଧୀ ମୁହାଁମୁହିଁ । ସୁର ରାଉତରାୟ ଓ ବିଷ୍ଣୁ ସେଠୀଙ୍କ ମଧ୍ୟରେ ଗୃହରେ କଥା କଟାକଟି

କନକ ବ୍ୟୁରୋ: ଆଜି ପୁଣି ଗାନ୍ଧୀ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇଛି ବିଧାନସଭା । ଗାନ୍ଧୀଙ୍କୁ ନେଇ ଶୂନ୍ୟକାଳରେ ମୁହାଁମୁହିଁ ହୋଇଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ । ଏପରିକି କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ବିଜେପି ନେତା ବିଷ୍ଣୁ ସେଠୀ ଗୃହରେ କଥା କଟାକଟି ମଧ୍ୟ ହୋଇଛନ୍ତି । ତେବେ ଗତକାଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଦେଇଥିବା ମନ୍ତବ୍ୟକୁ ବିବରଣୀରୁ ବାଦ ଦିଆଯାଉ ବୋଲି ଦାବି କରି ଗୃହରେ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ସଦସ୍ୟମାନେ ଆଉ ଏ ବାବଦରେ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି କଂଗ୍ରେସ ବିଧାୟକ ।

publive-image

ଆଜିର ବିଧାନସଭାରେ ପ୍ରଶ୍ନୋତ୍ତର କାଳ ସାମାନ୍ୟ ରହିଥିଲା ଏବଂ ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟ ମଧ୍ୟ ହୋଇଥିଲା । ଏପରିକି ଉଚ୍ଚଶିକ୍ଷା ବିଭାଗ ଉପରେ ବିଜେପି ପକ୍ଷରୁ ଯେଉଁ ମୁଲତବୀ ପ୍ରସ୍ତାବ ଆଣାଯାଇଥିଲା ତାହା ଉପରେ ବି ଆଲୋଚନା ହୋଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଗତକାଲିଠାରୁ ମହାତ୍ମା ଗାନ୍ଧୀଙ୍କୁ ନେଇ ଶୂନ୍ୟ କାଳରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହା ଆଜି ବି ଆରମ୍ଭ ହୋଇ ଯାଇଥିଲା । ଗାନ୍ଧୀଙ୍କର ୧୫୦ ତମ ବର୍ଷ ଜନ୍ମ ଜୟନ୍ତୀ ପାଳନ ପାଇଁ ରାଜ୍ୟ ସରକାର ଯେଉଁ କମିଟି ଗଠନ କରିଥିଲେ, ଯାହାର ଅଧ୍ୟକ୍ଷ ଅଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ଏବଂ ଏହି ସମୟରେ ଯେଉଁ ବିଭିନ୍ନ କାର୍ଯ୍ୟକ୍ରମ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା, ତାହା କରିବାକୁ ମନେ ପକାଇବା ସହ ବିଭିନ୍ନ ପ୍ରସ୍ତାବ ଦେଇଥିଲେ କଂଗ୍ରେସ ବିଧାୟକ ଦଲର ନେତା ନରସିଂହ ମିଶ୍ର ।

publive-image

ତେବେ ସରକାରଙ୍କ ପକ୍ଷରୁ ଗାନ୍ଧୀଙ୍କ ପାଇଁ ଯେଉଁସବୁ କାର୍ଯ୍ୟକ୍ରମ କରାଯିବା କଥା ତାହା ଧୀମା ପଡିଯାଇଛି ବୋଲି ଅଭିଯୋଗ ଆଣିଥିଲେ ନରସିଂହ ମିଶ୍ର । ଏଥସହିତ ହିଁ ଗାନ୍ଧୀଙ୍କ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ମଧ୍ୟ କାଠଗଡାକୁ ଟାଣିଥିଲେ ନରସିଂହ ମିଶ୍ର । ସେ କହିଥିଲେ କି, କେନ୍ଦ୍ର ସରକାର ଯେତେବେଳେ ଅନ୍ୟାନ୍ୟ ସ୍ୱାଧିନତା ସଂଗ୍ରାମୀଙ୍କ କଥା କହୁଛନ୍ତି, କେଉଁଠି ନା କେଉଁଠି ଗାନ୍ଧୀଙ୍କୁ ଅଣଦେଖା କରାଯାଉଛି । ତେବେ କଂଗ୍ରେସର ଏଭଳି ମନ୍ତବ୍ୟକୁ ବିରୋଧ କରିଥିଲେ ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ । ସେ କହିଥିଲେ କି ଗାନ୍ଧୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କର ଯଥେଷ୍ଟ ସମ୍ମାନ ରହିଛି । କିନ୍ତୁ କଂଗ୍ରେସ ସଭ୍ୟମାନେ କେବଳ ତେରଛା ବାଣ ମାରୁଛନ୍ତି ବୋଲି ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ବିଷ୍ଣୁ ସେଠୀ । ତେବେ ବିଷ୍ଣୁ ତାଙ୍କ ମନ୍ତବ୍ୟରେ କଂଗ୍ରେସର ଦୁଇ ଜଣ ନେତା ତଥା ମଣିଶଙ୍କର ଆୟାର ଏବଂ ନବଜୋତ ସିଂଙ୍କ ନାଁ ନେଇଥିଲେ । ଯାହାକୁ ଆଜି ପୁଣି ଥରେ ବିରୋଧ କରିଥିଲେ ନରସିଂହ ମିଶ୍ର ।

publive-image

ନରସିଂହ କହିଥିଲେ କି, ସେମାନେ ଗୃହର ସଭ୍ୟ ନୁହନ୍ତି । ତେଣୁ ସେମାନଙ୍କ ନାଁ ଉଠାଇବା ଉଚିତ ନୁହେଁ । ଗୃହ ବିବରଣୀରୁ ଏହି ଦୁଇ ନାଁକୁ ବାଦ ଦିଆଯାଉ ବୋଲି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ନରସିଂହ ମିଶ୍ର । ଯେଉଁଥିପାଇଁ କଂଗ୍ରେସର ବାକି ସଭ୍ୟମାନେ ଗୃହରେ ହୋହାଲ୍ଲା କରିଥିଲେ ଏବଂ ଏହି ସମୟରେ ବିଜେପି ଏବଂ କଂଗ୍ରେସ ସଭ୍ୟଙ୍କ ମଧ୍ୟରେ ବାକ୍ ବିତଣ୍ଡା ଆରମ୍ଭ ହୋଇଯାଇଥିଲା । ଯାହାକୁ ବାଚସ୍ପତି ଗୁରୁତର ନେବା ସହ ଆଜି ଏନେଇ କୌଣସି ନିର୍ଦ୍ଦେଶ ଦେଇପାରନ୍ତି ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe