ଟିକାକୁ ନେଇ ଟ୍ୱିଟରରେ ମୁହାଁମୁହିଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ରାହୁଲ ଗାନ୍ଧୀ । ରାହୁଲ ପଚାରିଲେ ଜୁଲାଇ ଆସିଲା, ଟିକା କାହିଁ, ହର୍ଷବର୍ଦ୍ଧନ କହିଲେ ଅହଙ୍କାରୀ ଭୂତାଣୁ ପାଇଁ ନାହିଁ ଟୀକା ।

186

କନକ ବ୍ୟୁରୋ : ଟ୍ୱିଟରେ ମୁହାଁମୁହିଁ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କୋଭିଡ୍-୧୯ ଟିକାକୁ ନେଇ ଟ୍ୱିଟରେ ପରସ୍ପରକୁ କଲେ ସମାଲୋଚନା । ରାହୁଲ ଗାନ୍ଧୀଙ୍କୁ ସାମାଲୋଚନା କରି ହର୍ଷବର୍ଦ୍ଧନ ଟ୍ୱିଟ୍ କରିଛନ୍ତି ଯେ, ଅହଙ୍କାରି ଆଉ ଅଜ୍ଞାନୀଙ୍କ ପାଇଁ କୌଣସି ଟିକା ନାହିଁ ।

କରୋନା ଟିକାକୁ ନେଇ ରାହୁଲ-ହର୍ଷବର୍ଦ୍ଧନ ମୁହାଁମୁହିଁ । ରାହୁଲଙ୍କୁ ଅହଙ୍କାରୀ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଟିକା ଉପରେ କରାଯାଉଥିବା ପ୍ରଶ୍ନର କିଛି ଏପରି ଉତ୍ତର ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଟ୍ୱିଟ୍ କରି ସେ ଲେଖିଛନ୍ତି – “ମୁଁ ଜୁଲାଇ ମାସର ଟିକା ନେଇ ଟ୍ୱିଟ୍ ଜରିଆରେ ତଥ୍ୟ ଦେଇଥିଲି । ରାହୁଲ ଗାନ୍ଧୀଜିଙ୍କ କଣ ସମସ୍ୟା ଅଛି, ସେ କଣ ପଢି ପାରନ୍ତି ନାହିଁ, ନା ବୁଝି ପାରନ୍ତି ନାହିଁ । ଗର୍ବି ଆଉ ଅଜ୍ଞାନିଙ୍କ ପାଇଁ କୌଣସି ଟିକା ନାହିଁ ।”

ଟ୍ୱିଟ୍ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାହୁଲ ଗାନ୍ଧୀଙ୍କୁ ଅହଙ୍କାରୀ ବୋଲି କହି ଦେଇଛନ୍ତି । ରାହୁଲ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟିପ୍ପଣୀ କରି ଟ୍ୱିଟ୍ କରିଥିଲେ, ଜୁଲାଇ ଆସିଗଲାଣି ହେଲେ ଭାକ୍ସିନ୍ ଆସିଲା ନାହିଁ । ରାହୁଲ ଗାନ୍ଧୀଙ୍କ ଟିପ୍ପଣୀର କଡ୍ଡା ଜବାବ ରଖିଛି ବିଜେପି ।

କେନ୍ଦ୍ରର ମହାଟୀକାକରଣ ଅଭିଯାନ ଉପରେ କଂଗ୍ରେସ ବାରମ୍ବାର ଅଭିଯୋଗ କରିଆସୁଛି ଯେ, ଦେଶରେ ପର୍ଯ୍ୟାପ୍ତ ପରିମାଣର ଟିକା ନାହିଁ ଆଉ ଲୋକେ ଟିକା ନେବାରୁ ବଂଚିତ ହେଉଛନ୍ତି । ରାହୁଲ ଗାନ୍ଧୀ ବାରମ୍ବାର ଟ୍ୱିଟ୍ କରି କେନ୍ଦ୍ର ସରକାରକୁ ଦାୟୀ କରି ଆସୁଛନ୍ତି ।