ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ କି ବର୍ଷା-ଅନୁଭବ ? ବିଜେଡିରେ ବର୍ଷା ମିଶିବା ପରେ ବଢ଼ିଲା ଚର୍ଚ୍ଚା

834

କନକ ବ୍ୟୁରୋ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡିରେ ସାମିଲ ହୋଇଛନ୍ତି । ପୂର୍ବରୁ ପଂଚାୟତ ନିର୍ବାଚନ, ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିଲେ । ଏବେ କିନ୍ତୁ ବର୍ଷା ବିଧିବଦ୍ଧ ଭାବେ ଶଂଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ଦଳର ଅନ୍ୟତମ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ବର୍ଷା ଫିଲ୍ମ ସହିତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ପ୍ରଚାର ବେଳେ ମୈଦାନରେ ବର୍ଷା ଓ ଅନୁଭବ ମୁହାଁମୁହିଁ ହୋଇପାରନ୍ତି ।