କନକ ବ୍ୟୁରୋ : ରାଜ୍ୟର ୧୧୨୦ଟି ଔଷଧ ଦୋକାନରେ ଭୂତାଣୁନାଶକ ବା ଆଣ୍ଟିଭାଇରାଲ ବଟିକା ଫାଭିପିରାଭିର୍ ଉପଲବ୍ଧ ହେବ। ପୂର୍ବରୁ ଏହା ରାଜ୍ୟର ୩ଶହଟି ଷ୍ଟୋରରେ ଉପଲବ୍ଧ ହେଉଥିଲା। ୫ଟି ମହାନଗରରେ ଏହା ପ୍ରାୟ ୪୦ଟି ଷ୍ଟୋର୍ ଲେଖାଏଁ ଓ ଜିଲ୍ଲାରେ ୧୦-୩୦ଟି ଷ୍ଟୋର୍ରେ ଉପଲବ୍ଧ ହେବ ବୋଲି ରାଜ୍ୟ ଡ୍ରଗସ୍ କଣ୍ଟ୍ରୋଲର ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଗୃହ ପୃଥକବାସରେ ରହୁଥିବା ଲକ୍ଷଣଯୁକ୍ତ ରୋଗୀଙ୍କ ପାଇଁ ରାଜ୍ୟ ସରକାର ଫାଭିପିରାଭିର ବଟିକା ଖାଇବା ଲାଗି ଅନୁମୋଦନ ଦେଇଛନ୍ତି। ତେବେ ଡାକ୍ତରଙ୍କ ବିନା ପରାମର୍ଶ ଓ ରୋଗୀଙ୍କ ଲିଖିତ ଅନୁମତି ବିନା ଏହି ଔଷଧ ଦେବା ଲାଗି ବାରଣ କରାଯାଇଛି। ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ସରକାର କହିଛନ୍ତି।
କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଏହାକୁ ଔଷଧ ଦୋକାନରେ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଥିଲେ। ତେବେ ଦିନକୁ ଦିନ ଗୃହ ପୃଥକବାସରେ ରହୁଥିବା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନଜରରେ ରଖି ଅଧିକ ସଂଖ୍ୟାରେ ଔଷଧ ଦୋକାନକୁ ଚିହ୍ନଟ କରାଯାଇଛି। ରାଜ୍ୟ ସରକାର ନିୟମ ଅନୁଯାୟୀ, ସଂପୃକ୍ତ ଷ୍ଟୋର୍ଗୁଡ଼କ ଏହି ବଟିକା ବିକ୍ରି କରିପାରିବେ। ଅପରପକ୍ଷରେ ଆହୁରି ଅଧିକ ଔଷଧ ଦୋକାନକୁ ଚିହ୍ନଟ କରିବା ଲାଗି ଡ୍ରଗ୍ ଇନ୍ସପେକ୍ଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ଲାଇସେନ୍ସପ୍ରାପ୍ତ ଔଷଧ ଦୋକାନ ଚିହ୍ନଟ କରିବେ ମାତ୍ର ଏହା ଜିଲ୍ଲାୱାରୀ ଅନୁମୋଦନ ସଂଖ୍ୟାଠାରୁ ଯେପରି ଅତିକ୍ରମ ନ କରେ, ତାହାକୁ ପାଳନ କରିବା ଲାଗି କୁହାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/Favipiravir-750x430.jpeg)