ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ଅଢେଇ ଘଂଟାର ଦୁଃଖ ! ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ କାଳରାତ୍ରି'ର କାହାଣୀ

ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର  ଅଢେଇ ଘଂଟାର ଦୁଃଖ !  ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ କାଳରାତ୍ରି'ର କାହାଣୀ

କନକ ବ୍ୟୁରୋ : ଦୁର୍ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା । ବଢୁଛି ସରକାରୀ ସହାୟତାର ହାତ । ଆରମ୍ଭ ହେଉଛି ତଦନ୍ତ । ହେଲେ ଏହାରି ଭିତରେ ସାମ୍ନାକୁ ଆସୁଛି କିଛି ନିଚ୍ଛକ ସତ । ସତ, ଯାହା ସମସ୍ତଙ୍କୁ ଆନ୍ଦୋଳିତ କରିବ । ଦୁର୍ଘଟଣା ଘଟିଲା କୁନେର ଷ୍ଟେସନ ନିକଟରେ ଯାହା ରାୟଗଡାଠାରୁ ମାତ୍ର ୨୪ କିଲୋମିଟର ଦୂର ।

ରେଳପଥରେ ୧୫ ମିନିଟର ରାସ୍ତା । ସଡକପଥରେ ୨୦ ମିନିଟ୍ । ହେଲେ ବିଡମ୍ବନାର ବିଷୟ, ଏତିକି ରାସ୍ତା ଅତିକ୍ରମ କରି ଅନ୍ଧାର ରାତିରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ପାଣି ଟୋପେ ପାଇଁ ଚିତ୍କାର କରୁଥିବା ପୀଡିତଙ୍କ ପାଖରେ ପହଂଚିବା ପାଇଁ ଲାଗିଗଲା ଅଢେଇ ଘଂଟା ।  ଜଣେ ପ୍ରତ୍ୟକ୍ଷଦର୍ଶୀ ଆମକୁ କହିଛନ୍ତି ସେ କାଳ ରାତିର କାହାଣୀ । କହିଛନ୍ତି ଯଦି ଆଉ ଟିକେ ଆଗରୁ ଉଦ୍ଧାରକାରୀ ଦଳ ପହଂଚିଥାନ୍ତେ ତାହା ହେଲେ ହୁଏତ ଆଉ କିଛି ଜୀବନ ବଂଚି ଯାଇଥାନ୍ତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe