ୟାସ୍ ବାତ୍ୟାର ସୃଷ୍ଟି ହୋଇଛି ଆଖି । ଆଖିର ବ୍ୟାସାର୍ଦ୍ଧ ୩୫ରୁ ୪୦ କିଲୋମିଟର । ଡପଲର ରାଡାରରୁ ଜଣାପଡିଲା ବାତ୍ୟାର ଆଖି ।

446

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅତି ଭୀଷଣ ରୂପ ଧାରଣ କରି ଓଡିଶା ମୁହାଁ ହେଉଛି । ଏହାରି ଭିତରେ ବାତ୍ୟାର ଆଖି ସୃଷ୍ଟି ହୋଇଥିବା ଜଣାପଡିଛି । ଏହି ଆଖିର ବ୍ୟାସାର୍ଦ୍ଧ ୩୫ରୁ ୪୦ କିମି ଭିତରେ ରହିଛି । ଯାହାକି ପାରଦୀପ ଡପଲର ରାଡାରରୁ ଜଣାପଡିଛି । ତେବେ ବାତ୍ୟାର ଆଖି ଏବେ ସମ୍ପୂର୍ଣ୍ଣ ଗୋଲାକାର ହୋଇନାହିଁ । ବାତ୍ୟା ୟାସ୍ ଏବେ ଓଡିଶା ମୁହାଁ ହେଉଛି । ଆସନ୍ତାକାଲି ସକାଳୁ ଏହା ଲ୍ୟାଣ୍ଡଫଲ କରିବ । ତେବେ ଏହାଦ୍ୱାରା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଗଭୀର ବାବେ ପ୍ରଭାବିତ ହେବା ନେଇ ଆକଳନ କରାଯାଉଛି । ବିଶେଷକରି ଧାମରା ପାଖାପାଖି ଅଞ୍ଚଳରେ ଏହାର ଲ୍ୟାଣ୍ଡଫଲ କରିବାକୁ ଥିବାରୁ ଏହାର ଆଖପାଖ ଅଂଚଳର ଗଭୀର ଭାବେ ପ୍ରଭାବିତ ହୋଇପାରେ ।