କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅତି ଭୀଷଣ ରୂପ ଧାରଣ କରି ଓଡିଶା ମୁହାଁ ହେଉଛି । ଏହାରି ଭିତରେ ବାତ୍ୟାର ଆଖି ସୃଷ୍ଟି ହୋଇଥିବା ଜଣାପଡିଛି । ଏହି ଆଖିର ବ୍ୟାସାର୍ଦ୍ଧ ୩୫ରୁ ୪୦ କିମି ଭିତରେ ରହିଛି । ଯାହାକି ପାରଦୀପ ଡପଲର ରାଡାରରୁ ଜଣାପଡିଛି । ତେବେ ବାତ୍ୟାର ଆଖି ଏବେ ସମ୍ପୂର୍ଣ୍ଣ ଗୋଲାକାର ହୋଇନାହିଁ । ବାତ୍ୟା ୟାସ୍ ଏବେ ଓଡିଶା ମୁହାଁ ହେଉଛି । ଆସନ୍ତାକାଲି ସକାଳୁ ଏହା ଲ୍ୟାଣ୍ଡଫଲ କରିବ । ତେବେ ଏହାଦ୍ୱାରା ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଗଭୀର ବାବେ ପ୍ରଭାବିତ ହେବା ନେଇ ଆକଳନ କରାଯାଉଛି । ବିଶେଷକରି ଧାମରା ପାଖାପାଖି ଅଞ୍ଚଳରେ ଏହାର ଲ୍ୟାଣ୍ଡଫଲ କରିବାକୁ ଥିବାରୁ ଏହାର ଆଖପାଖ ଅଂଚଳର ଗଭୀର ଭାବେ ପ୍ରଭାବିତ ହୋଇପାରେ ।
ଡପଲର ରାଡାରରୁ ୟାସ ବାତ୍ୟାର ଆଖି ଗଠନ ହୋଇଥିବା ଜଣାପଡିଛି । ବାତ୍ୟାର ଆଖିର ବ୍ୟାସାର୍ଦ୍ଧ ୩୦ରୁ ୪୦ କିମି ଭିତରେ ରହିଛି । ବାତ୍ୟାର ଆଖି ଏବେ ସମ୍ପୂର୍ଣ୍ଣ ଗୋଲାକାର ହୋଇନାହିଁ । #CycloneYaaspic.twitter.com/vWptO37GbR
— Kanak News (@kanak_news) May 25, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/eye.jpg)