ଚକ୍ଷୁହୀନଙ୍କ ପାଇଁ ସାଜିବ ବରଦାନ : ସାମ୍ନାରେ ଗାତ ଥିଲେ ସିଗନାଲ ଦେବ; ବାଟ ବତାଇବ ସ୍ମାର୍ଟ ଆଶାବାଡି

246

କନକ ବ୍ୟୁରୋ : ଚକ୍ଷୁହୀନଙ୍କ ପାଇଁ ନୂଆ ଆଶା ସଂଚାର କରିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ଦେବବାଳା ସ୍ୱାଇଁ । ଦୃଷ୍ଟିବାଧିତଙ୍କ ପାଇଁ ଏକ ଆଶାବାଡି ପ୍ରୋଜେକ୍ଟ କରିଛନ୍ତି ଯାହା ସେମାନଙ୍କ ପାଇଁ ବରଦାନ ସଦୃଶ ହେବ । ରାସ୍ତାରେ ଗଲାବେଳେ କୌଣସି ଖାଲଖାମି ଆସିଲେ, ହାତରେ ଭାଇବ୍ରେସନ ହେବ, ଯାହା ଦ୍ୱାରା ଅନ୍ଧବ୍ୟକ୍ତି ଅବଗତ ହୋଇପାରିବେ ।

ସେହିପରି କୌଣସି ଅଂଚଳରେ ହଜିଗଲେ କିମ୍ବା ଅସହାୟ ମନେ କଲେ ଆଶାବାଡିରେ ଲାଗିଥିବା ଜିପିଏସ ଟ୍ରାକର ଦ୍ୱାରା ନିଜ ଲୋକଙ୍କ ପାଖକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଲୋକେସନ ପହଂଚିଯିବ । ଏହାସହ ଅଧିକ ଆଲୁଅ ପାଇଁ ଏଥିରେ ଫ୍ଲାସ ଲାଇଟ ମଧ୍ୟ ଲାଗିଛି । ଏହି ଆଶାବାଡିର ମୂଲ୍ୟ ପାଖାପାଖି ୩ହଜାର ଟଙ୍କା ହେବ ବୋଲି କହିଛନ୍ତି ଦେବବାଳା । ଉକ୍ରଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଓଡ଼ିଶା ରିସର୍ଚ୍ଚ କନକ୍ଲେଭରେ ତାଙ୍କର ଏହି ପ୍ରୋଜେକ୍ଟ ପ୍ରଦର୍ଶିତ କରିବା ସହିତ ପ୍ରଶଂସିତ ହୋଇଛନ୍ତି ।