ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ପ୍ରଭାବରେ ୨୪ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ସେପଟେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୫ରେ ସୃଷ୍ଟି ହେବ ଆଉ ଏକ ପୂର୍ଣ୍ଣିବଳୟ; ୨୭ରୁ ୨୮ଯାଏଁ ହୋଇପାରେ ବର୍ଷା

347

କନକ ବ୍ୟୁରୋ : ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସମୁଦ୍ର ପତନ ଠାରୁ ୫.୮ କିଲୋମିଟର ଯାଏଁ ଲଘୁଚାପ କ୍ଷେତ୍ର ଲମ୍ବିଛି । ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ବର୍ଷାକୁ ଆଶଙ୍କା କରି ରାଜ୍ୟର କିଛି ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ଏଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଯାଜପୁର, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ବର୍ଷା ହୋଇପାରେ ।

୨୨ ତାରିଖ ଅର୍ଥାତ୍ ଆସନ୍ତାକାଲି କେନ୍ଦୁଝର, ଅନୁଗୁଳ, ବରଗଡ, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ଦେବଗଡ ଓ ସୁନ୍ଦରଗଡରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । ସେହିଭଳି ୨୩ ତାରିଖରେ ନୂଆପଡା, ନବରଙ୍ଗପୁର, କଳାହାଣ୍ଡି ଓ ବଲାଙ୍ଗୀରରେ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ୨୫ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ଆସୁଛି । ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ବେଳକୁ ଓଡିଶା ଉପକୂଳରେ ପହଂଚିବ । ଏହାର ପ୍ରଭାବରେ ୨୬ରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଧିକ ବର୍ଷାର ସମ୍ଭାବନା ରହିଛି ।