ବାତ୍ୟା ପରେ ବନ୍ୟା ଆଣିଲା ଦୁଃଖ : କେନ୍ଦୁଝର ହାଟଡ଼ିହି ବ୍ଲକରେ ଚାଷୀଙ୍କ ବ୍ୟାପକ ପରିବା ନଷ୍ଟ

124

କନକ ବ୍ୟୁରୋ : ବାତ୍ୟା ୟାସ ପରେ ବନ୍ୟା ଦୁଃଖ । କେନ୍ଦୁଝର ଜିଲ୍ଲାରେ ବନ୍ୟା ପ୍ରଭାବରେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି । ବୈତରଣୀ ନଦୀ କୂଳରେ ଚାଷ କରିଥିବା ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ ହୋଇଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି ।

ହାଟଡ଼ିହି ବ୍ଳକର ଆଇତିପୁର ପଂଚାୟତର ରାଘବପୁର ଗାଁର ଶତାଧିକ ଚାଷୀ ବିଭିନ୍ନ ପ୍ରକାର ପରିବା ଚାଷ କରିଥିବା ବେଳେ ପରିବା ଫସଲ ନଷ୍ଟ ହୋଇଛି । ବୈତରଣୀ ନଦୀ କୂଳରେ ବାଇଗଣ, ଭେଣ୍ଡି, ପୋଟଳ କଲରା ଆଦି ପରିବା ଚାଷ କରିଥିଲେ ଚାଷୀ । ହେଲେ ଅଚାନକ ବନ୍ୟା ଆସିବା ଦ୍ୱାରା ଏହି ଜମିରେ ପାଣି ପଶିଯିବାରୁ ଏବେ ପରିବା ଜମିରେ ପଟୁ ମାଡ଼ି ଯାଇଛି । ଚାଷୀଙ୍କ ବିଲରେ ବାଲିଚର ମାଡ଼ି ଯାଇଥିବାରୁ ସରକାରୀ ସହାୟତାକୁ ଅନାଇ ବସିଛି ଚାଷୀ ।