ବିପଦ ଆଣିଛି ବନ୍ୟା ପାଣି : କେନ୍ଦ୍ରାପଡାରେ କାଣି ଓ ଖରସ୍ରୋତା ଫୁଲିବା ପରେ ରାଜନଗର ଅଂଚଳରେ ୧୦ ପଂଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ; ପାଣିରେ ବୁଡି ରହିଛି ବ୍ୟାପକ ଅଂଚଳ

ସେପଟେ ମାଲକାନଗିରିରୁ ଆସିଲା ଆକାଶ ମାର୍ଗରୁ ବନ୍ୟାର କରାଳ ଚିତ୍ର 

174

କନକ ବ୍ୟୁରୋ : ଆକାଶମାର୍ଗରୁ ଆସିଲା ବନ୍ୟାର ଚିତ୍ର । ମାଲକାନଗିରି ଜିଲ୍ଲାର ଉଭୟ ପାଶ୍ୱର୍ରେ ଥିବା ସାବେରୀ ଓ ସୀଲେରୁ ନଦୀ କେମିତି ଉଗ୍ର ରୂପ ଧାରଣକରିଛି ତାହା ଏହି ଆକାଶ ମାର୍ଗର ଚିତ୍ରରୁ ହିଁ ସ୍ପଷ୍ଟ ହେଉଛି । ମୋଟୁ ଠାରୁ ଆରମ୍ଭ କରି ପୁରା ସାବେରୀ ଓ ସିଲେରୁ ନଦୀ କୂଳିଆ ଅଂଚଳ ପୁରା ଜଳମଗ୍ନ ହୋଇଯାଇଛି । କେବଳ ଓଡିଶା ନୁହଁ , ଛତିଶଗଡ, ତେଲେଙ୍ଗାନା  ଓ ଆନ୍ଧ୍ରର ବ୍ୟାପକ ଅଂଚଳ ଜଳମଗ୍ନ ହେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି । ପାଣି ଚାରିଆଡେ ଜମି ରହିଥିବାରୁ କେଉଁଠି ରାସ୍ତା, କେଉଁଠି ଜମି ଜାଣିବା ବି କଷ୍ଟକର ।

ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଏସଆରସି ହେଲିକପ୍ଟର ଯୋଗେ ମାଲକାନଗିରି ବନ୍ୟାଂଚଳ ପରିଦର୍ଶନ କରିଛନ୍ତି ।  ମୋଟୁ ଅଚଂଳରେ  ଜଳସ୍ତର ସମାନ୍ୟ ହ୍ରାସ ପାଇଛି  । ମୁଗି ପଂଏଟରୁ ଜଳସ୍ତର କମିଛି ।  ତେବେ ଏବେ ବି ମୋଟୁ ଆରପଟେ ଛତିଶଗଡ ଓ ଆନ୍ଧ୍ରରେ ଜାତୀୟ ରାଜପଥ ଗୁଡିକ ଜଳାର୍ଣ୍ଣବ ହୋଇ ରହିଛି ।