ଯାଜପୁର ବରୀରୁ ଆସିଲା ବନ୍ୟାର ବିକଳ ଚିତ୍ର : ଛାତ ଉପରେ ସାରା ରାତି ବନ୍ଦି ଗୋଟିଏ ପରିବାରର ୧୫ ଜଣ, ସାଙ୍ଗରେ ଅଛନ୍ତି ରୋଗାକ୍ରାନ୍ତ ବୃଦ୍ଧ; ଉଦ୍ଧାର ପାଇଁ ପ୍ରଶାସନକୁ କଲେ ନିବେଦନ

270

କନକ ବ୍ୟୁରୋ : ବରି ଅଂଚଳରେ ବନ୍ୟା ଜଳ ଗାଁରେ ପ୍ରବେଶ କରିବାରୁ ଘର ଛାତ ଉପରେ ଆଶ୍ରୟ ନେଇଛନ୍ତି ଗୋଟିଏ ପରିବାର । ବରୀ ବ୍ଲକର ଠାକୁରପାଟଣାରେ ଘର ଛାତ ଉପରେ ଫସିରହିଛନ୍ତି ୧୫ ଜଣ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନକୁ ଆକୁଳ ନିବେଦନ କରୁଛନ୍ତି । ଏ ଚିତ୍ର ଗତକାଲି ରାତିର । ମିଳିଥିବା ସୂଚନା ଅନୁସାରେ ଗତକାଲିଠାରୁ ଏମାନେ ଫସିଥିବାବେଳେ ଏଯାଏଁ ଉଦ୍ଧାର ହୋଇପାରି ନାହାନ୍ତି । ଗାଣର ଯଦୁମଣି ସାହୁଙ୍କ ଗୋଟିକିଆ ଘର ଥିବାରୁ ଏବଂ ବ୍ରାହ୍ମଣୀ ବନ୍ୟା ପାଣିର ଶ୍ରୋତ ଅଧିକ ରହିଥିବାରୁ ଏମାନଙ୍କୁ ଉଦ୍ଧାର କରିପାରି ନଥିଲା ଗ୍ରାମବାସୀ ।

ଏମାନଙ୍କ ଭିତରେ ଜଣେ ୪ ବର୍ଷର ଶିଶୁ, ୩ ଜଣ ମହିଳା ଓ ୭ ଜଣ ପୁରୁଷଙ୍କ ସହ ଜଣେ ୮୧ ବର୍ଷିୟ ବୃଦ୍ଧ ଅଛନ୍ତି । ଘରର ବୟସ୍କ ବ୍ୟକ୍ତି ଜଣକ ଡାଇଡେଟିସ ଓ ବ୍ଲଡପ୍ରେସର ରୋଗରେ ଆକ୍ରାନ୍ତ । ଗତକାଲିଠାରୁ କିଛି ନଖାଇ ବୃଦ୍ଧ ଜଣକ ଅଧିକ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ଘର ଭିତରେ ଏବେ ଛାତିଏ ଉଚ୍ଚରେ ବନ୍ୟାପାଣି ବହୁଛି ।