ହଠାତ ବନ୍ୟା ଯୋଗୁଁ ଭୁଟାନ ଓ ନେପାଳରେ କ୍ଷୟକ୍ଷତି । ଭୁଟାନରେ ୧୦ ମୃତ, ୫ ଆହତ । ସେପଟେ ନେପାଳରେ ୧୦ ନିଖୋଜଙ୍କ ମଧ୍ୟରେ ୩ ଭାରତୀୟ

184

କନକ ବ୍ୟୁରୋ: ହଠାତ ବନ୍ୟା ଯୋଗୁଁ ଭୁଟାନ ଓ ନେପାଳରେ କ୍ଷୟକ୍ଷତି ଘଟିଛି । ଭୁଟାନରେ ୧୦ ଜଣଙ୍କ ଜୀବନ ଯିବା ସହ ୫ ଜଣ ଆହତ ହୋଇଥିବାର ଖବର ମିଳିଛି । ସେପଟେ ନେପାଳରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରାୟ ୧୦ ଜଣ ଲୋକ ନିଖୋଜ ଥିବା ବେଳେ ଏମାନଙ୍କ ମଧ୍ୟରେ ୩ ଜଣ ଭାରତୀୟ ଥିବାର ସୂଚନା ମିଳିଛି । ସିନ୍ଧୁପୋଲଚକ ଜିଲ୍ଲାରେ ଏହି ବନ୍ୟା ହୋଇଥିବା ବେଳେ ଏହାର କାରଣ ହିମସ୍ଖଳନ ଯୋଗୁଁ କୁହାଯାଉଛି ।

ହଠାତ୍ ପାଣି ମାଡ଼ି ଆସିବା ଯୋଗୁଁ ଏଥିରେ ବହୁ ଘର ମଧ୍ୟ କ୍ଷତିଗ୍ରସ୍ଥ ହୋଇଛି । ମେଲାମଚି ସହରର ପ୍ରାୟ ୨ ଶହ ଘର ଏହି ବନ୍ୟାରେ ନଷ୍ଟ ହୋଇ ଯାଇଛି । ଶହ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ନେପାଳ ସେନା ଓ ପୋଲିସ୍ ଉଦ୍ଧାର କାର୍ଯ୍ୟ ଚଳାଇଛି । ପାଣି ପଶିଯାଇଥିବା ଅଂଚଳରେ ଏବେବି ପାଣି ଜମା ହୋଇ ରହିଛି । ଅନେକ ଅଂଚଳରେ କାଦୁଅ ଭର୍ତି ହୋଇଯାଇଛି । ୨୦୧୫ରେ ସିନ୍ଦୁପଲଚୋକରେ ଭୂମିକମ୍ପ ହୋଇଥିଲା । ସେବେଠାରୁ ଏଠାରେ ବନ୍ୟା ଓ ଭୂସ୍ଖଳନ ବଢ଼ିଚାଲିଛି ।