ଲଗାଣ ବର୍ଷା ଯୋଗୁଁ ପିପିଲିର ୪ଟି ପଂଚାୟତର ୭ଟି ଗାଁରେ ବନ୍ୟା ପରିସ୍ଥିତି : ଚାଷ ଜମିରେ ଲହଡି ଭାଙ୍ଗୁଛି ପାଣି, ଶହ ଶହ ଏକର ଜମିରେ ଧାନ ଫସଲ ନଷ୍ଟ ହେବା ଆଶଙ୍କା

106

କନକ ବ୍ୟୁରୋ : ଲଗାଣ ବର୍ଷା ଆଣିଦେଲା ଦୁଃଖ । କୁତ୍ରିମ ବନ୍ୟା ଯୋଗୁଁ ଉଜୁଡିବାକୁ ବସିଲାଣି ହଜାର ହଜାର ହେକ୍ଟର ଧାନ ଫସଲ । ଚାଷ ଜମିରେ ପାଣି ଲହଡି ଭାଙ୍ଗୁଥିବାବେଳେ କେନାଲରେ ବି ବର୍ଷା ପାଣି ଠିକ ଭାବେ ନିଷ୍କାସନ ହୋଇପାରୁନାହିଁ । ଫଳରେ ପୁରୀ ପିପିଲି ବ୍ଲକ ୪ଟି ପଂଚାୟତର ୭ଟି ଗାଁରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ହଜାର ହଜାର ହେକ୍ଟର ଧାନ ଫସଲ ନଷ୍ଟ ହେବା ସମ୍ଭାବନା ଦେଖାଦେଇଛି । ପ୍ରଥମେ ଲଗାଣ ବର୍ଷା ଓ ପରେ ବନ୍ୟା ଜଳ ଚାଷ ଜମିରେ ଜମି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି ।