କନକ ବ୍ୟୁରୋ: ପ୍ରଚଣ୍ଡ ତାତି । ଚାରିଆଡେ ନିଆଁ ବର୍ଷା । ଖରା ସାଙ୍ଗକୁ ତତଲା ପବନ ପୁରା ପରିବେଶକୁ ଉତପ୍ତ କରିଦେଇଛି । ସକାଳ ୮ଟାରୁ ମାଡିଆସୁଛି ଅସହ୍ୟ ତାତି । ଅପରାହ୍ନ ୫ଟା ଯାଏଁ ନିସ୍ତାର ନାହିଁ । ଗତ କିଛିଦିନ ହେବ ଉପକୂଳ ଓଡିଶାର ସ୍ଥିତି ବେହାଲ ହୋଇଛି । ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି ।
ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ଂ ସେଲସିୟସ୍ ଉପରେ ରହିଛି । ରାଜଧାନୀ ଭୁବନେଶ୍ୱର ଉତ୍ତପ୍ତ ସହର ପାଲଟିଯାଇଛି । ଶନିବାର ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୧.୭ଂ ସେଲସିୟସ୍ ରେକର୍ଡ କରାଯାଇଛି । ଦିନତମାମ ସହର ଯେମିତି ତତଲା ତାୱାରେ ସିଝୁଛି । ରାଜ୍ୟର ୨୧ ଟିସହରରେ ସର୍ବୋଚ୍ଚ ତାପମତ୍ରା ୪୦ ଉପରେ ରହିଛି । ୨୫ ତାରିଖ ପରେ ତାପମାତ୍ରା ଆହୁରି ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।