କନକ ବ୍ୟୁରୋ: ଶିକ୍ଷକ ହେବ ତ ଏମିତି । ସବୁବେଳେ ଛାତ୍ରଛାତ୍ରୀଙ୍କ ଚିନ୍ତାରେ । ପିଲାମାନେ କେମିତି ମନଖୁସିରେ ସ୍କୁଲ ଆସିବେ । ପାଠ ସବୁ ସହଜରେ ବୁଝିପାରିବେ ସେ ଚିନ୍ତା ଆଜିକାଲି ଖୁବ୍ କମ୍ ଶିକ୍ଷକ କରୁଛନ୍ତି ନିଶ୍ଚୟ । ହେଲେ ଏବେବି କିଛି ହାତଗଣତି ଶିକ୍ଷକ ଅଛନ୍ତି ଯିଏ ପିଲାମାନଙ୍କ ସର୍ବାଙ୍ଗୀନ ଉନ୍ନତି କରିବାକୁ ଚାହୁଁଛନ୍ତି । ଏଭଳି ଜଣେ ନିଆରା ଶିକ୍ଷକ ହେଉଛନ୍ତି ପୁରୀ ଜିଲ୍ଲା କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ବିଶ୍ୱଜିତ୍ ପ୍ରଧାନ ।

Advertisment

୫-ଟି ବ୍ୟବସ୍ଥାରେ ୯ମ ଓ ଦଶମ ଶ୍ରେଣୀରେ ପେଜେକ୍ଟର ଲଗାଇ ପାଠ ପଢାଇବାକୁ ବ୍ୟବସ୍ଥା ହୋଇଥିବାବେଳେ ପ୍ରଥମରୁ ଅଷ୍ଟମ ଏପରି ବ୍ୟବସ୍ଥା ନାହିଁ । କିନ୍ତୁ ଏସବୁ ଶ୍ରେଣୀରେ ମଧ୍ୟ ପ୍ରୋଜେକ୍ଟରମାଧ୍ୟମରେ ପିଲାମାନଙ୍କୁ ଶିକ୍ଷା ଦେବାକୁ ବ୍ୟବସ୍ଥା କରିଛନ୍ତି ସତ୍ୟଜିତ ପ୍ରଧାନ । ପିଲାମାନେ କିପରି ସଜହରେ ପାଠ ପଢିବେ ଏବଂ ଖେଳରେ ଖେଳରେ ପାଠସବୁ ସହଜରେ ମନେ ରଖିବେ ସେଥିପାଇଁ ସବୁବେଳେ ଚେଷ୍ଟା ଚଳାଇଛନ୍ତି ବିଶ୍ୱଜିତ୍ ସାର୍ ।ପିଲାଏ ବି ଏଭଳି ପାଠପଢାରେ ଭାରି ଖୁସ ।

ଗପ ହେଉ ବା ଗୀତ ପାଠ୍ୟକ୍ରମର ସବୁ ବିଷୟକୁ ପୋଜେକ୍ଟର ମାଧ୍ୟମରେ ପିଲାଙ୍କୁ ଶିଖାଉଛନ୍ତି ବିଶ୍ୱଜିତ୍ । ଏକଥା ଶୁଣି ସ୍କୁଲ ଆସିବାକୁ ମଙ୍ଗୁନଥିଲେ ସେମାନେ ଏବେ ସ୍କୁଲ ଆସିବାକୁ ଆଗ୍ରହୀ ।ଏଥିରେ ପିଲାଏ ଯେତିକି ଖୁସି, ଅଭିଭାବକ ବି ସେତିକି ଖୁସି ।

ଶିକ୍ଷା ବ୍ୟବସ୍ଥାକୁ ପାଦେ ଆଗକୁ ନେବାକୁ ଏହା ହେଉଛି ବିଶ୍ୱଜିତଙ୍କର ଏକ ପ୍ରଶଂସନୀୟ ବ୍ୟବସ୍ଥା ।