ମହଙ୍ଗା ପଡିଲା ପରକୀୟା ପ୍ରୀତି । ପ୍ରେମିକକୁ ଦେଖା କରିବାକୁ ଆସି ଫିସିଗଲା ପ୍ରେମିକା । ମହିଳାଙ୍କୁ ଗଛରେ ବାନ୍ଧି ପୁଲିସ ଜିମା ଦେଲେ ସ୍ତ୍ରୀ ଓ ଗାଁ ଲୋକେ ।

1,067

କନକ ବ୍ୟୁରୋ: ମହଙ୍ଗା ପଡିଲା ପରକୀୟା ପ୍ରୀତି । ପ୍ରେମିକକୁ ଦେଖା କରିବାକୁ ଆସି ଫିସିଗଲା ପ୍ରେମିକା । ମହିଳାଙ୍କୁ ଗଛରେ ବାନ୍ଧି ପୁଲିସ ଜିମା ଦେଲେ ଲୋକେ । ବାଲେଶ୍ୱର ସୋର ଅଞ୍ଚଳର ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ମୁତାବକ, ସୋର କମରପୁର ଗାଁ ଜଣେ ବିବାହିତ ବ୍ୟକ୍ତିଙ୍କୁ ପ୍ରେମ କରୁଥିଲେ ମହିଳା । ଉଭୟଙ୍କ ପ୍ରେମ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ମଧ୍ୟ ହେଉଥିଲା । ତେବେ ଗତକାଲି ରାତିରେ ସମ୍ପୃକ୍ତ ମହିଳାଙ୍କୁ ଦେଖା କରିବାକୁ ଯୁବକ ଜଣଙ୍କ ତାଙ୍କ ଘରକୁ ଡାକିଥିଲେ । ମହିଳା ଜଣଙ୍କ ରାତିରେ ଆସି ତାଙ୍କ ଘର ପାଖରେ ପହଞ୍ଚିିବା ପରେ ଯୁବକଙ୍କ ପତ୍ନୀ ଓ ଗାଁ ଲୋକେ ତାଙ୍କୁ ଧରି ଗଛରେ ବାନ୍ଧି ଦେଇଥିଲେ । ପରେ ସୋର ପୁଲିସକୁ ଏସମ୍ପର୍କରେ ଜଣାଇଥିଲେ । ଘଟଣାସ୍ଥଳରେ ପୁଲିସ ପହଂଚି ମହିଳାଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି । ସମ୍ପୃକ୍ତ ମହିଳା ଜଣଙ୍କ ସୋର ଅଞ୍ଚର ବୋଲି ଜଣାପଡିଛି । ସେ ବିବାହ କରିଥିବା ବେଳେ ତାଙ୍କର ଛାଡପତ୍ର ହୋଇସାରିଥିବା ଜଣାପଡିଛି ।