ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତାଙ୍କୁ ଅଧିକ ଗୁରୁ ଦାୟିତ୍ୱ । ଏଣିକି ସାମ୍ବାଦିକ କଲ୍ୟାଣ ଯୋଜନା ଠାରୁ ବିଜ୍ଞାପନ, ସବୁ ନିଷ୍ପତି ନେବେ ମାନସ

ଏହାପୂର୍ବରୁ ମାନସ ମଙ୍କରାଜଙ୍କୁ ଗତ ସେପ୍ଟେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଭାବେ ରାଷ୍ଟ୍ରପାହ୍ୟା ପ୍ରଦାନ କରି ନିଯୁକ୍ତି ଦେଇଥିଲେ ।

454

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କୁ ଅଧିକ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ସବୁ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ସରକାରୀ ବିଜ୍ଞାପନ ଦେବା ନେଇ ମାନସ ମଙ୍ଗରାଜ ହିଁ ନିଷ୍ପତ୍ତି ନେବେ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମାନସ ମଙ୍ଗରାଜ ସାମ୍ବାଦିକ କଲ୍ୟାଣ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ତଦାରଖ କରିବା ସହ ଏଣିକି ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ହେଉଥିବା ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ସେ ଅତିଥି ଭାବେ ଯୋଗଦେବେ । ସବୁଠାରୁ ବଡ଼ କଥା ହେଲା, ଚିଲିକା ନିର୍ବାଚନମଣ୍ଡଳୀରୁ ଆସୁଥିବା ମାନସ ମଙ୍ଗରାଜ ସାମ୍ବାଦିକଙ୍କ ସମସ୍ୟା ଓ ଗଣମାଧ୍ୟମ ସମସ୍ୟା ଦୂର କରିବା ଦିଗରେ ଅଧିକ ଫୋକସ ଦେବା ସହ ମୁଖ୍ୟମନ୍ତ୍ରୀ ଦେଇଥିବା ଅଧିକ ଦାୟିତ୍ୱକୁ ସଫଳ ରୂପାୟନ କରିବା ନେଇ ସଂକଳ୍ପ କରିଛନ୍ତି ।

ଏହାପୂର୍ବରୁ ମାନସ ମଙ୍କରାଜଙ୍କୁ ଗତ ସେପ୍ଟେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଭାବେ ରାଷ୍ଟ୍ରପାହ୍ୟା ପ୍ରଦାନ କରି ନିଯୁକ୍ତି ଦେଇଥିଲେ । ଆଉ ପଂଚମ ପାଳିରେ ବିଜୁ ଜନତା ଦଳ ସରକାରକୁ ଆସିବା ପରେ ଅନେକ ଲୋକହିତକାରୀ ପଦକ୍ଷେପ ମାନ ଗ୍ରହଣ କରୁଥିବାରୁ ଏହାର ଯଥେଷ୍ଟ ପ୍ରଚାର ପ୍ରସାର ତଥା ସରକାରକୁ ଆହୁରି ଲୋକାଭିମୁଖୀ କରିବାର ଗୁରୁ ଦାୟିତ୍ୱ ମାନସଙ୍କ ଉପରେ ନ୍ୟସ୍ତ କରାଯାଇଛି ।