ଭାରତ, ପାକ୍ ଓ କ୍ରିକେଟକୁ ନେଇ ବୈଦେଶିକ ମନ୍ତ୍ରୀଙ୍କ ବଡ଼ ବୟାନ୍ । କହିଲେ ଏକାଠି ଚାଲିପାରିବନି ଆତଙ୍କାବାଦ ଓ କ୍ରିକେଟ୍ ।

845

କନକ ବ୍ୟୁରୋ : ଏକାଠି ଚାଲିପାରିବ ନାହିଁ ଆତଙ୍କବାଦ ଓ କ୍ରିକେଟ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ନ୍ୟୁୟର୍କରେ ବୈଦେଶିକ ଥିଙ୍କ୍ ଟ୍ୟାଙ୍କ ସଦସ୍ୟଙ୍କ ଆଲୋଚନା ବେଳେ ଜୟଶଙ୍କର କହିଛନ୍ତି, ଦେଶ ଭିତରେ ଘଟଣାଗୁଡିକୁ ଅଲଗା ଅଲଗା କରିବା ମୁସ୍କିଲ । ଗଣତନ୍ତ୍ରରେ ଲୋକଙ୍କ ଭାବାବେଗ ଗୁରୁତ୍ୱ ରଖେ । ଦେଶରେ ଏତେ ବଡ ବଡ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ସହ କ୍ରିକେଟ ଖେଳିବା ସମ୍ଭବ ନୁହେଁ । ରାତିରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ଏକ ବିରତି ନେଇ ଚାଲ କ୍ରିକେଟ ଖେଳିବା ବୋଲି କହିବା ବେଶ୍ କଷ୍ଟକର ବୋଲି ପ୍ରତିକ୍ରିୟା ରଖିଛନ୍ତି ଜୟଶଙ୍କର ।

ପୂର୍ବରୁ ପାକିସ୍ତାନର ନାଁ ନେଇ ସେ କହିଛନ୍ତି, ପଡୋଶୀ ସହ ଭଲ ସଂପର୍କ ରଖିବାକୁ ସବୁ ଦେଶ ଚାହାନ୍ତି । କିନ୍ତୁ ଯେଉଁଠି ଆତଙ୍କବାଦକୁ ଦେଶର ଏକ ବ୍ୟବସାୟ ରୂପ ଦିଆଯାଉଛି ଏବଂ ପଡୋଶୀର ଭୟଙ୍କର କ୍ଷତି କରାଯାଉଛି ସେଠାରେ ଦ୍ୱିପାକ୍ଷିକ ସଂପର୍କ ଏତେ ସହଜ ନୁହେଁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ଅତଏବ୍ ପୁଣି ଥରେ ଭାରତ ବିଶ୍ୱସ୍ତରରେ ସୂଚାଇ ଦେଇଛି ଯେ, ଆତଙ୍କବାଦ ଓ କଥାବାର୍ତା ଏକାଠି ଚାଲିପାରିବ ନାହିଁ ।