ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି । ଉପକୂଳ ଜିଲ୍ଲା ଗୁଡ଼ିକରେ ମାଇକ୍ ଲଗାଇ ମତ୍ସଜୀବୀଙ୍କୁ ସର୍ତକ କଲା ପ୍ରଶାସନ, ସମୁଦ୍ର ଭିତରୁ ଫେରି ଆସିବା ପାଇଁ ସତେତନ କରୁଛି ତଟ ସୁରକ୍ଷା ବାହିନୀ

268

କନକ ବ୍ୟୁରୋ: ବାତ୍ୟା ଆସୁଥିବାରୁ ମାଇକ୍ ଲଗାଇ ଲୋକଙ୍କୁ ସେଚତନ କରୁଛି ପ୍ରଶାସନ । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦେବା ସହ ଯେଉଁମାନେ ସମୁଦ୍ରରେ ଭିତରେ ଅଛନ୍ତି, ବାହାରି ଆସି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଡଙ୍ଗା, ଜାଲ ଓ ଇଂଜିନ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଅସ୍ତରଙ୍ଗ ଉପକୂଳବର୍ତି ଅଂଚଳରେ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।

ଏପଟେ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତୁତି ଜୋରଦାର ହୋଇଛି । ସମୁଦ୍ର ଉପକୂଳବର୍ତି ଅଂଚଳ ମହାକାଳପଡ଼ା ଓ ରାଜନଗର ବ୍ଳକର ଲୋକଙ୍କୁ ସତର୍କ କରୁଛନ୍ତି ପ୍ରଶାସନ । ବାତ୍ୟା ଅଶ୍ରୟସ୍ଥଳୀ ଗୁଡ଼ିକୁ ପ୍ରସ୍ତୁତି କରୁଛି ପ୍ରଶାସନ । ସେହିପରି ପାରାଦୀପରେ ମଧ୍ୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଉଛି । କୋଷ୍ଟଗାର୍ଡ଼ ମାନେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରୁଛି ।

ବାତ୍ୟା ‘ୟାସ୍’ର ମୁକାବିଲା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳିନ ଭିତରେ ପ୍ରସ୍ତୁତି କରାଯାଉଛି । ବ୍ଲକ ସ୍ତରରେ ବିଡିଓ ଏବଂ ତହସିଲଦାର ସମୁଦ୍ର ଉପକୂଳବର୍ତୀ ଅଂଚଳ ଗସ୍ତ କରିବା ସହ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି । ମତ୍ସ୍ୟଜୀବୀ ମାନଙ୍କୁ ଉପକୂଳକୁ ଫେରି ଆସିବା ପାଇଁ ନିର୍ଦେଶ ଦିଆଯାଇଛି । ବାଲିଆପାଳ ତହସିଲାଦାର ଏବଂ ବିଡିଓ ବାତ୍ୟା ଆଶ୍ରୟସ୍ଥଳି ବୁଲି ଦେଖିଛନ୍ତି ।

ବାତ୍ୟାର ଆଶଙ୍କା ଭିତରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି ଆଦି ଜିଲ୍ଲାକୁ ସତର୍କ କରାଯାଇଛି । ଏହି ସବୁ ଜିଲ୍ଲାରେ ମୁକାବିଲା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।

ଏପଟେ ରାଜ୍ୟରେ ଥିବା ଓଡ୍ରାଫ୍ର ୨୦ଟି ୟୁନିଟ ପୁରା ପ୍ରସ୍ତୁତ ଥିବା ବେଳେ ଉପକରଣ ସବୁ ପ୍ରସ୍ତୁତ ରଖାଯାଇଛି । ପ୍ରଭାବିତ ଅଂଚଳରେ ଉଦ୍ଧାର କାମ କରିବା ପାଇଁ ଅଗ୍ନିଶମ ବିଭାଗ ଭଳି ଓଡ୍ରାଫ ଟିମ୍ ମଧ୍ୟ ଆଗୁଆ ପ୍ରସ୍ତୁତି କରୁଥିବା ପୁଲିସ ମହାନିର୍ଦ୍ଦେଶକ ଅଭୟ କୁମାର ସୂଚନା ଦେଇଛନ୍ତି ।

ଆଉ ଏହି ସବୁ ପ୍ରସ୍ତୁତି ଭିତରେ, ଉତର ଓଡ଼ିଶା ଉପକୂଳରୁ ସୁନ୍ଦରବନ ଓ ବାଙ୍ଗାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଆଉ ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ଉଭୟ ସରକାର ଓ ପ୍ରଶାସନ ।