ଆସନ୍ତାକାଲି ମହାଶିବରାତ୍ରୀ । ବାବା ଆଖଣ୍ଡଳମଣୀ ପୀଠରେ ବ୍ୟାପକ ପ୍ରସ୍ତୁତି

93

କନକ ବ୍ୟୁରୋ : ରାତି ପାହିଲେ ମହାଶିବରାତ୍ରି । ଏଥିପାଇଁ ଚଳଚଞ୍ଚଳ ଚାନ୍ଦବାଲିର ବାବା ଆଖଣ୍ଡଳମଣୀଙ୍କ ପ୍ରସିଦ୍ଧ ଶୈବ ପୀଠ । ଆଜି ମନ୍ଦିରରେ ଏକବାର ନୀତି ଅନୁଷ୍ଠିତ ହେବା ସହ ଦିଗମ୍ବର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଦେବଦେବ ମହାଦେବ । ଚଳିତ ବର୍ଷ ଜାଗରରେ ପ୍ରାୟ ୨ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ମନ୍ଦିର ଭିତରେ ଓ ବାହାରେ ଫୋର୍ସ ମୁତୟନ କରାଯିବା ସହ ବୈତରଣୀ ଓ ସାଳନ୍ଦୀ ନଦୀରେ ପଇଁତରା ମାରିବେ ଓଡ୍ରାଫ୍ ଟିମ୍ । ଆସନ୍ତାକାଲି ଭୋର ୪ଟାରୁ ହେବ ମଙ୍ଗଳା ଆଳତି । ସକାଳ ୫ଟାରୁ ରାତି ୧୧ଟା ଯାଏ ଚାଲିବ ସାଧାରଣ ଦର୍ଶନ । ରାତି ୧୨ଟାରେ ମଣିବାବାଙ୍କ ସୁନାବେଶ ଆରମ୍ଭ ହେବା ସହ ରାତି ୨ଟାରେ ଉଠିବ ମହାଦୀପ । ମାର୍ଚ୍ଚ ୮ରୁ ୧୦ ତାରିଖ ଯାଏ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ।