କରୋନା କଟକଣା କଡ଼ାକଡ଼ି । ଟ୍ୱିନ୍ ସିଟିରେ କମିସନରେଟ୍ ପୋଲିସର ବ୍ୟାପକ ଯାଂଚ । ନିୟମ ଉଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ, ଦୋକାନ ଉପରେ ବି କାର୍ଯ୍ୟାନୁଷ୍ଠାନ

Advertisment
କରୋନା କଟକଣା କଡ଼ାକଡ଼ି । ଟ୍ୱିନ୍ ସିଟିରେ କମିସନରେଟ୍ ପୋଲିସର ବ୍ୟାପକ ଯାଂଚ । ନିୟମ ଉଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ, ଦୋକାନ ଉପରେ ବି କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ରାଜଧାନୀରେ କେମିତି ପାଳନ ହେଉଛି କୋଭିଡ ନିୟମ ଏହାର ଆଜି କଡାକଡି ଯାଂଚ କରାଯାଇଛି । ବିଶେଷ କରି ମାର୍କଟ ବିଲଡିଂ ଅଂଚଳରେ ଖୋଲାଥିବା ଦୋକାନ ଏବଂ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ କୋଭିଡ କଟକଣାକୁ ଠିକ ଭାବେ ପାଳନ କରୁଛନ୍ତି କି ନାହିଁ, ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରହୁଛି କି ନାହିଁ ଏବଂ ଲୋକେ ମାସ୍କ ପିନ୍ଧିଛନ୍ତି କି ନାହିଁ ସେନେଇ କମିଶନରେଟ ପୋଲିସ ପକ୍ଷରୁ ଜୋରଦାର ଚେକିଂ କରାଯାଇଛି ।

ଏଥିସହିତ ରାଜଧାନୀର ପ୍ରମୁଖ ଛକମାନଙ୍କରେ ମଧ୍ୟ କୋଭିଡ ନିୟମ ଠିକ ଭାବେ ପାଳନ ହେଉଛି କି ନାହିଁ ସେନେଇ ମଧ୍ୟ ପୋଲିସ ତଦାରଖ କରିଛି । ଯେଉଁମାନେ ଅମାନିଆ ହୋଇଛନ୍ତି, କୋଭିଡ କଟକଣାକୁ ଠିକ ଭାବେ ପାଳନ କରିନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେତେକ କ୍ଷେତ୍ରରେ ନିୟମ ଭାଙ୍ଗିଥିବା ବ୍ୟବସାୟୀମାନଙ୍କ ଠାରୁ ଫାଇନ ଆଦାୟ କରାଯାଇଛି ।

ସେହିପରି କଟକର ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ କରିଛି ପୋଲିସ । ଚଢାଉ କରିବା ସହ ଆଇନ ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe