ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡର ଅଧିକାଂଶ ସ୍ଥାନରେ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟଯତ୍ନ ସେବାର ପ୍ରସାର

125

କନକ ବ୍ୟୁରୋ : ବେଦାନ୍ତଲିମିଟେଡ, ଅଗ୍ରଣୀ ଆଲୁମିନିୟମ ନିର୍ମାତା ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଲୋକମାନଙ୍କ ପାଇଁମାଗଣା ଭ୍ରାମ୍ୟମାଣ ମୋବାଇଲ ସ୍ୱାସ୍ଥ୍ୟସେବାକୁ ପ୍ରସାର କରିଛି । ଏଥିରେ ଡାକ୍ତର, ନର୍ସ, ଫାର୍ମସିଷ୍ଟ ଓ ବିଶେଷଜ୍ଞ ମେଡିକାଲ ଟେକନିସିଆନମାନେରୋଗୀଙ୍କୁଚିକିତ୍ସାପରାମର୍ଶ, ରକ୍ତଚାପ ପରୀକ୍ଷା ଓ ସାଧାରଣରୋଗ ପରିଚାଳନାଦିଗରେ ଉପଯୁକ୍ତ ପରାମର୍ଶ ଦେଉଛନ୍ତି । ସେବା ଗୁଡ଼ିକ ମାଗଣାରେ ଉପଲବ୍ଧ ହେଉଛି । ବର୍ତମାନ ସୁନ୍ଦରଗଡ଼ ଜିଲ୍ଲାର ଜାମଖାଣି, ଗରିସିମା, ଝରପଲମ, ଘୋଗରପଲ୍ଲୀ, ଭୋଗ୍ରାକଚର, ଲତାପାଣି, ରେଙ୍ଗଲପାଣି, ଗର୍ଜଞ୍ଜୋର, ମେଣ୍ଡ୍ରା, ମୁଣ୍ଡରଖେଟ୍, ବିଲାମୁଣ୍ଡା ବଜାର ଏବଂ ଲୁବାହାଲ୍ ପ୍ରଭୃତି ଗାଁରେ ଏହି ସୁବିଧା ପ୍ରଦାନ କରାଯାଉଛି ।

ଲୋକମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ପରାମର୍ଶ, ଔଷଧ ପ୍ରଦାନକରି ଏମଏଚଭି ପଦକ୍ଷେପ ୧୮୦୦ରୁ ଅଧିକ ଲୋକମାନଙ୍କୁ ସେବା ଯୋଗାଇଛି । ବେଦାନ୍ତ ଆଲୁମିନିୟମ ମଧ୍ୟ ଏହି ଅଂଚଳରେ ନିୟମିତ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଆସୁଛି । ମୋବାଇଲ ସ୍ୱାସ୍ଥ୍ୟସେବା ଜରିଆରେ ଲୋକମାନଙ୍କ ଠାରେ ରହିଥିବା ଜଟିଳ ସ୍ୱାସ୍ଥ୍ୟସମସ୍ୟାର ନିରୂପଣ କରାଯାଇ ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟପରାମର୍ଶ ଦିଆଯାଉଛି ।

ଏହି ପଦକ୍ଷେପ ସଂପର୍କରେ ଶ୍ରୀଭି. ଶ୍ରୀକାନ୍ତ, ସିଇଓ-ମାଇନ୍ସ, ବେଦାନ୍ତ ଆଲୁମିନିୟମ କହିଛନ୍ତି ଯେ- ଆମ ଗୋଷ୍ଠୀର ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ଆମର ମୂଳ ଲକ୍ଷ୍ୟ । ଆମେ ଯେଉଁ ଅଂଚଳରେ କାମକରୁଛୁ ସେହି ଅଂଚଳର ଉନ୍ନତ ସ୍ୱାସ୍ଥ୍ୟସେବା ଓ ସ୍ୱଛତାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରୁଛୁ । ଆମର ବହୁମଖୀ ପଦକ୍ଷେପ ଜରିଆରେ ଗ୍ରାମାଂଚଳର ସ୍ୱାସ୍ଥ୍ୟସେବା ବ୍ୟବଧାନକୁ ଦୂରକରିବା ପାଇଁ ପ୍ରୟାସ ଜାରିରଖିଛୁ ।

କମ୍ପାନିର ପ୍ରୟାସକୁ ପ୍ରଶଂସା କରି ଝରପଲମ ଗ୍ରାମର ସରପଂଚ ଶ୍ରୀଚନ୍ଦ୍ରବା ମାଝୀ କହିଥିଲେ ଯେ ଝରପଲମ ପରି ଦୁର୍ଗମସ୍ଥାନରେ ଏମଏଚଭି ପ୍ରୋଗ୍ରାମ ଆମବାସିନ୍ଦାଙ୍କୁ ବହୁତ ସହାୟତା କରୁଛି । ଏହି ପଦକ୍ଷେପ ଜରିଆରେ ଆମଅଂଚଳର ଲୋକମାନେ ସ୍ୱାସ୍ଥ୍ୟସଚେତନ ହୋଇପାରୁଛନ୍ତି । ବେଦାନ୍ତଲୋମାନଙ୍କ ଜୀବନରେ ପରିବର୍ତନ ଆଣିବାରେ ସାହାଯ୍ୟକରିବ ।

ବେଦାନ୍ତ ଆଲୁମିନିୟମର ମାଇନ ଓ ବ୍ୟବସାୟ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ତୃଣମୂଳ କ୍ରୀଡ଼ା ଉପରେ ଧ୍ୟାନ ପ୍ରଦାନ କରି ଗୋଷ୍ଠୀର ବିକାଶ ଦିଗରେ କାର୍ୟ୍ୟକରୁଛି । ଏହାର ଅନେକ ଗୁଡ଼ିଏ ପଦକ୍ଷେପ ଯଥା ଆଧୁନିକ ଅଙ୍ଗନବାଡ଼ି ମହିଳା ଓ ଶିଶୁବିକାଶ ପାଇଁ ଏକ ଗୋଷ୍ଠୀ ଭାବେ କାର୍ୟ୍ୟ କରୁଛି । ବେଦାନ୍ତ ସ୍ଥାନୀୟ ପ୍ରଶାସନ ସହଯୋଗରେ ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପକୁ ଗୋଷ୍ଠୀରେ ପ୍ରସାରକରୁଛି । ବିଭିନ୍ନ ଯୋଜନା ମାଧ୍ୟମରେ ଲୋକମାନଙ୍କ ଅର୍ଥନୈତିକ ଓ ସାମାଜିକ ଜୀବନରେ ସକାରାତ୍ମକ ପରିବର୍ତନ ଆଣିବାକୁ ଚେଷ୍ଟା କରୁଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକବର୍ଷ ୨୩ରେ ୨.୨୯ ନିୟୁତଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଡାଓ ଜୋନସ ସସଟେନିବିଲିଟି ୨୦୨୨ର ଦ୍ୱିତୀୟ ରାଙ୍କ ଧାରୀ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାରପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ୟ୍ୟକରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ଦିଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବାପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।