ଯୁକ୍ତଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ସମୟସୀମା ବୃଦ୍ଧି : ୨୬ ପରିବର୍ତ୍ତେ ୩୦ ତାରିଖ ଯାଏଁ ହେବ ନାମଲେଖା ; ଅଣ୍ଡରଟେକିଂ ଦେଇ ନାଁ ଲେଖପାରିବେ CBSE ଏବଂ ICSE ଛାତ୍ରଛାତ୍ରୀ

244

କନକ ବୁରୋ : ପ୍ରଥମ ପର୍ଯ୍ୟାୟ ଯୁକ୍ତ୨ ନାମଲେଖା ସମୟ ସୀମା ବଢିଥିବା ନେଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏକାଦଶ ଶ୍ରେଣୀରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି | ଏହି ନାମଲେଖାକୁ ଚଳିତ ମାସ ୩୦ ତାରିଖ ଯାଏଁ ବଢାଇ ଦିଆଯାଇଛି ।

ନାମଲେଖା ପ୍ରକ୍ରିୟା ସମୟରେ କୋଭିଡ୍ ନିର୍ଦେଶାବଳୀ ଉପରେ କଡା ନଜର ରଖିବା ପାଇଁ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ସମସ୍ତ ଅଧ୍ୟକ୍ଷ ଏବଂ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଆଡମିଶନ-ଇନ୍-ଚାର୍ଜଙ୍କୁ ପୂର୍ବରୁ ନିର୍ଦେଶ ଦିଆଯାଇଛି । ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଧିକ ସଂଖ୍ୟକ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ପରିଦର୍ଶନ କରିବାକୁ ବି ନିର୍ଦେଶ ଦିଆଯାଇଛି ।

ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଆଡମିଶନ-ଇନ୍-ଚାର୍ଜମାନଙ୍କୁ ସିବିଏସଇ ଓ ଆଇସିଏସ୍ଇ ଛାତ୍ରମାନଙ୍କର ଡିଜିଲକର୍ ସାର୍ଟିଫିକେଟ୍ ଜରିଆାରେ ନାମଲେଖା କରିବାକୁ ଅନୁରୋଧ କରାଯାଇଛି । ତେବେ ନାମଲେଖା ତାରିଖଠାରୁ ଏକ ମାସ ମଧ୍ୟରେ ଯାଞ୍ଚ ପାଇଁ ମୂଳ ପ୍ରମାଣପତ୍ର ଦେବାକୁ ସେହି ଛାତ୍ରଛାତ୍ରୀମାନଙ୍କୁ କୁହାଯିବାକୁ ବି ନିର୍ଦେଶ ଦିଆଯାଇଛି ।

Comments are closed.