କନକ ବ୍ୟୁରୋ : ବଢିଲା ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି ତାରିଖ । ଆଜି ଆବେଦନର ଶେଷ ତାରିଖ ଥିବା ବେଳେ ଏହାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବିଏସକେୱାଇ ନବୀନ କାର୍ଡ ପାଇଁ ଆବେଦନ କରିବ । ପୂର୍ବରୁ ଏହା ଜାନୁଆରୀ ୧୬ ପର୍ଯ୍ୟନ୍ତ ଉପଲବ୍ଧ ଥିଲା । ତେବେ ଆହୁରି ଅନେକ ଲୋକ ଆବେଦନ କରିନଥିବାରୁ ପଞ୍ଜିକରଣ ଅବଧିକୁ ବୃଦ୍ଧି କରିଛନ୍ତି ସରକାର ।
ଏବେ ସୁଦ୍ଧା ୩୦ ଜିଲ୍ଲାରୁ ବିଏସକେୱାଇ ନବୀନ କାର୍ଡ ପାଇର୍ ୭୦,୪୮୮ ଆବେଦନ ଆସିଛି । ଯେଉଁଥିରେ ୧.୮୨ ଲକ୍ଷ ଲୋକ ଉପକୃତ ହୋଇପାରିବେ । ଗଞ୍ଜାମରୁ ସର୍ବାଧିକ ଆବେଦନ ଆସିଥିବା ବେଳେ ଏହା ପଛକୁ କଟକ ଓ ଖୋର୍ଦ୍ଧା ରହିଛନ୍ତି । ଗଞ୍ଜାମରୁ ବିଏସକେୱାଇ ନବୀନ କାର୍ଡ ପାଇଁ ସର୍ବାଧିକ ୯୫୨୫ଟି ଆବେଦନ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/21-21.jpg)