କନକ ବ୍ୟୁରୋ: ଦେଶରେ ପୁଣି ବଢ଼ିଲା ତାଲାବନ୍ଦ ଅବଧି । ଦୁଇ ସପ୍ତାହ ପର୍ଯ୍ୟନ୍ତ ପୁଣି ବଢ଼ିଲା ଲକଡାଉନ୍ ଅବଧି । ମେ ୩ରେ ସରିବାକୁ ଯାଉଥିଲା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି । ଆସନ୍ତା ମେ, ୧୭ ତାରିଖ ଯାଏଁ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ତେବେ ଗୃହମନ୍ତ୍ରଣାଳୟ ଏନେଇ ପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛନ୍ତି । ଅନେକ ସ୍ଥାନରେ ପୂର୍ବଭଳି କଟକଣା ଲାଗୁ ରହିବାକୁ ଥିବାବେଳେ ରେଡ୍ ଜୋନ୍ , ଅରେଞ୍ଜ ଜୋନ୍ ଏବଂ ଗ୍ରୀନ୍ ଜୋନ୍ ଜିଲ୍ଲା ପାଇଁ ସ୍ଥିତିକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯିବ ।
Ministry of Home Affairs issues order under the Disaster Management Act, 2005 to further extend the Lockdown for a further period of two weeks beyond May 4: MHA pic.twitter.com/Cw4bkdMTFU
— ANI (@ANI) May 1, 2020
ଅନ୍ୟପଟେ ଅରେଞ୍ଜ ଜୋନ୍ ଏବଂ ଗ୍ରୀନ୍ ଜୋନ୍ ମାନଙ୍କରେ କଟକଣା କୋହଳ କରାଯିବା ନେଇ କିଛି ଅଶ୍ୱସ୍ତି କର ଖବର ମିଳିପାରେ । ପୂର୍ବପରି ଲକଡାଉନ୍ କଟକଣା ଜାରି ରହିବ କିଛି କଟକଣାକୁ ସ୍ଥିତିକୁ ଦେଖି କୋହଳ କରାଯାଇ ପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/14-1.jpg)