କନକ ବ୍ୟୁରୋ: ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗ୍ରସ୍ତ । ବାହାନଗାରେ ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ । ଦୁର୍ଘଟଣାରେ ଯାତ୍ରୀ ଆହତ ହୋଇଥିବା ସୂଚନା । ଟ୍ରେନ କୋଲକାତାରୁ ଭୁବନେଶ୍ୱରକୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ଲାଇନଚ୍ୟୁତ ହୋଇଛି ଟ୍ରେନର କିଛି ବଗି । କରମଣ୍ଡଳ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ ହୋଇଛି । ଆହତ ହୋଇଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ଅନ୍ଧାରରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ବାହାନଗାରେ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାଗ୍ରସ୍ତ। ଅନେକ ଯାତ୍ରୀ ଆହତ
/kanak/media/post_attachments/wp-content/uploads/2023/06/WhatsApp-Image-2023-06-02-at-7.30.42-PM-0000000.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)