କରୋନା ରୋଗୀଙ୍କୁ ଏକ୍ସପାରୀ ଔଷଧ ! ପଦ୍ମପୁର ଉପକଣ୍ଠ ଡାକ୍ତରଖାନା ନିରାମୟ କେନ୍ଦ୍ରର ଏକ୍ସପାରୀ ଔଷଧ ଖାଇ ୨ ମାସର ଶିଶୁ ଗୁରୁତର

ଡିସେମ୍ବର ୯ରେ ପଜିଟିଭି ଚିହ୍ନଟ ହୋଇଥିଲେ ବାପା-ମାଆ ଓ ଶିଶୁ

160

କନକ ବ୍ୟୁରୋ: କରୋନାରେ ଆକ୍ରାନ୍ତ ଶିଶୁକୁ  ଦିଆଗଲା ନିରାମୟ  କେନ୍ଦ୍ରର ଏକ୍ସପାରୀ ଔଷଧ । ଫଳରେ  ଦୁଇମାସର ଶିଶୁ ଗୁରୁତର  ହୋଇପଡିଛି ।  ଏଭଳି ଘଟଣା ଦେଖିବାକୁ ମିଳିଛି  ପଦ୍ମପୁର ଉପକଣ୍ଡ  ଗାଇସିଲାଚ ବ୍ଲକ କନ୍ଦାଗାଡ ପଂଚାୟତ  ଅନ୍ତର୍ଗତ କମଳାପଦର ଗାଁରେ  । ଖବର ଅନୁସାରେ ଏହି ଗାଁର  ଏକ ପରିବାର  କରୋନା ଲକ୍ଷଣ ଅନୁଭବ ହେବାରୁ ପଦ୍ମପୁର  ଉପଖଣ୍ଡ ଡାକ୍ତରଖାନାରେ ଡିସେମ୍ବର ୯ ତାରିଖରେ ପରୀକ୍ଷା କରାଇଥିଲେ । ପରୀକ୍ଷା ପରେ  ସ୍ୱାମୀ, ସ୍ତ୍ରୀ ଓ ତାଙ୍କ ଦୁଇ ମାସ ଶିଶୁ  କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ଡାକ୍ତର ଦେଇଥିବା ପରାମର୍ଶ ଅନୁସାରେ ସେମାନେ ନିରାମୟ କେନ୍ଦରୁ ଔଷଧ ନେଇ ଖାଇଥିଲେ ।  ଦୁଇ ମାସର ଶିଶୁକୁ ଦିଆଯାଇଥିବା ଔଷଧ ମଧ୍ୟରୁ  ଗୋଟିଏ ଔଷଧ ଏକ୍ସପାରୀ  ହୋଇଥିବା ଅଭିଯୋଗ ହୋଇଛି । ଔଷଧର ବୈଧତା ଅକ୍ଟୋବର ମାସ ୨୦୨୦ରେ ସରିଥିବା ଜଣାପଡିଛି ।  ଔଷଧ ଖାଇବା ପରେ  ଶିଶୁଟି ଗୁରୁତର ହୋଇପଡିଛି  ।  ଏ ନେଇ ପଦ୍ମପୁର ଉପଜିଲ୍ଲାପାଳ କହିଛନ୍ତି, ଘଟଣାର ତଦନ୍ତ କରି ସଂପୃକ୍ତ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।