କାହିଁକି ବିସ୍ଫୋରଣ ହୁଏ ସିଲିଣ୍ଡର? ଗ୍ୟାସ୍ ଲିକ୍ ଦ୍ୱାରା ନୁହେଁ ବରଂ ଏହି ଗୋଟିଏ ବଡ କାରଣରୁ ଫାଟିଥାଏ ସିଲିଣ୍ଡର ଟାଙ୍କି…ସମୟ ପୂର୍ବରୁ ସିଲିଣ୍ଡର ଦେଖି ହୋଇଯାଆନ୍ତୁ ସାବଧାନ । ଯଦି କୌଣସି କାରଣରୁ ଗ୍ୟାସ୍ ସିଲିଣ୍ଡରରେ ଲାଗିଯାଏ ନିଆଁ, ତେବେ ଏହି ୩ଟି ଉପାୟରେ ନିଜକୁ କରିପାରିବେ ରକ୍ଷା

1,879

କନକ ବ୍ୟୁରୋ: ଅନେକ ସମୟରେ ଆମେ କୌଣସି ଜିନିଷ କିଣିବା ପୂର୍ବରୁ ପ୍ରଥମେ ତାର ଏକ୍ସପାରୀ ଡେଟ୍ ଅଛି କି ନାହିଁ ଚେକ୍ କରିଥାନ୍ତି । କାରଣ ଏକ୍ସପାରୀ ଡେଟ ଚାଲିଯାଇଥିବା ଜିନିଷ ଆମ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ବିଶେଷ କରି ଯେତେବେଳେ ଆମେ କୌଣସି ଔଷଧ କିଣୁଛନ୍ତି ସେତେବେଳେ ଉକ୍ତ ମେଡିସିନରେ ଏକ୍ସପାରୀ ଡେଟ୍ ଜାଣିବା ବହୁତ ଜୁରୁରୀ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ବ୍ୟବହାର କରୁଥିବା ଇନ୍ଧନ ଗ୍ୟାସର ମଧ୍ୟ ଏକ୍ସପାରୀ ଡେଟ୍ ଥାଏ ଆଉ ଯଦି ଡେଟ୍ ଚାଲିଯିବା ପରେ ଏହାକୁ ବ୍ୟବହାର କରନ୍ତି ତେବେ ଆପଣ ନିଶ୍ଚୟ କୌଣସି ବଡ ଦୁର୍ଘଟଣାର ଶିକାର ମଧ୍ୟ ହୋଇପାରନ୍ତି । ବଡ କଥା ହେଉଛି ପ୍ରତ୍ୟେକ ଗ୍ୟାସ ସିଲିଣ୍ଡର ଉପରେ ଏହାର ଏକ୍ସପାରୀ ଡେଟ୍ ଲେଖାଯାଇଥାଏ । କିନ୍ତୁ ଏସଂପର୍କରେ ଖୁବ୍ କମ ଲୋକ ହିଁ ଜାଣିଥାନ୍ତି । ତେଣୁ ବିନା ଯାଂଚରେ ଘରେ ବ୍ୟବହାର କରାଯାଉଥିବା ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ହେବାର ସମ୍ଭାବନା ବହୁତ ଅଧିକ ରହିଛି ।

ଏକ୍ସପାରୀ ଡେଟ୍ ଅଛି କି ନାହିଁ ଜାଣିବେ କେମିତି?

ଗ୍ୟାସ ସିଲିଣ୍ଡର ତିଆରି ହେବା ସମୟରେ ହିଁ ଫ୍ଲାଂଟରେ ଏହାର ଏକ୍ସପାରୀ ଡେଟ୍ ଲେଖାଯାଇଥାଏ । କିନ୍ତୁ ଏହି ଡେଟ୍ ମାର୍କେଟ ଡେଟ ଅନୁସାରେ ନଥାଏ । ଏହାର ଏକ୍ସପାରୀ ଏକ କୋଡ ସହାୟତାରେ ପ୍ରସ୍ତୁତ ହୋଇଥାଏ । ଯାହାକି ଆଲଫାବେଟ୍ ମୋଡରେ ରହିଥାଏ । ସେହିଭଳି ପ୍ରତ୍ୟେକ ଗ୍ୟାସ୍ ସିଲିଣ୍ଡରର ଉପରି ଭାଗ ଅଂଶରେ ଏହି କୋଡସବୁ ଏ, ବି, ସି, ଡି ଭାବେ ଲିଖିତ ଥାଏ ଏବଂ ପ୍ରତିଟି କୋଡ୍ ବର୍ଷର ତିନିମାସ ବ୍ୟବଧାନରେ ରହିଥାଏ । ଅର୍ଥାତ୍

ଏ- ଜାନୁଆରୀରୁ ମାର୍ଚ୍ଚ
ବି- ଏପ୍ରିଲରୁ ଜୁନ୍
ସି- ଜୁଲାଇରୁ ସେପ୍ଟେମ୍ବର
ଏବଂ ଡି- ଅକ୍ଟୋବରରୁ ଡିସେମ୍ବର ଯାଏଁ ତିନି ମାସ ବ୍ୟବଧାନରେ ବଂଟାଯାଇଥାଏ ।

ସେହିଭଳି ଏ-୧୭ର ଅର୍ଥ ଗ୍ୟାସ ସିଲିଣ୍ଡର ଏକ୍ସପାରୀ ଡେଟ୍ ଜାନୁଆରୀରୁ ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତ ସମୟ ସୀମାକୁ ଦର୍ଶାଉଥିବା ବେଳେ ଏହାପରେ ବ୍ୟବହାର କରାଯାଉଥିବା ସିଲିଣ୍ଡର ବିପଦଜନକ ହୋଇପାରେ । ଯେଉଁଥିରେ ଗ୍ୟାସ ଲିକଠାରୁ ଆରମ୍ଭ କରି ସିଲିଣ୍ଡର ଫାଟିବା ପର୍ଯ୍ୟନ୍ତ ଆଦି ଦୁର୍ଘଟଣା ସାମିଲ ରହିଛି ।

ସିଲିଣ୍ଡରରେ ନିଆଁ ଲାଗିଗଲେ କରିବେ କଣ?

• ଚର୍ତୁଃଦିଗରେ ବହୁଥିବା ପବନକୁ ସଂପୂର୍ଣ୍ଣ ରୂପେ ବନ୍ଦ କରି ନିଆଁକୁ ଆୟତ କରିପାରିବେ । କାହିଁକି ନା ଯେତେବେଳେ ଅକ୍ସିଜେନ ନରହିବ ସେତେବେଳେ ନିଆଁ ଆପଣାଛାଏ ବନ୍ଦ ହୋଇଯିବ । ଗ୍ୟାସ ସିଲିଣ୍ଡରରେ ଯେତେ ଭୟଙ୍କର ନିଆଁ ଲାଗି ଥାଉନା କାହିଁକି, ଏହାର ଆଖପାଖରେ ଅତି ସହଜରେ ଅକ୍ସିଜେନକୁ ବନ୍ଦ କରିଦିଆଯାଇପାରିବ ।

• ସେହିଭଳି ଘରେ ବ୍ୟବହାର କରୁଥିବା ବାଲ୍ଟ କିମ୍ବା କୌଣସି ମୋଟା ଅଖା ତଥା ଚିନି କିମ୍ବା ଗୁଡ ଅଖା ଜଳୁଥିବା ସିଲିଣ୍ଡର ଉପରେ ଗୁଡାଇଦେଲେ କିମ୍ବା ସିଲିଣ୍ଡର ମୁହଁରେ ପକାଇ ଦେବା ଦ୍ୱାରା ନିଆଁ ଆପଣାଛାଏ ବନ୍ଦ ହୋଇଯିବ । ତେବେ ଧ୍ୟାନ ରଖିବେ କି ଜଳୁଥିବା ଟାଙ୍କିରେ ଆପଣ ଯେଉଁ ବାଲ୍ଟି ଢାଙ୍କିଛନ୍ତି ତାହା ନା ଢିଲା ହେଉଥିବ ନା ହିଁ ଅଧିକ ଟାଇଟ୍ ।

• ଆପଣ ଆପଣଙ୍କର ଆଙ୍ଗୁଳି ସାହାଯ୍ୟରେ ଯେଉଁ ନଟରୁ ଗ୍ୟାସ୍ ନିର୍ଗତ ହେଉଥିବ ତାକୁ ବନ୍ଦ କରିପାରିବେ । ଯଦି ଆପଣ ଫୁର୍ତ୍ତିରେ ଏଭଳି କରିଦିଅନ୍ତି ତେବେ ଆପଣଙ୍କର ଆଙ୍ଗୁଳି ଜଳିବ ନାହିଁ କି କୌଣସି ବଡ ଦୁର୍ଘଟଣାର ଶିକାର ହେବେ ନାହିଁ । ସେହିଭଳି ଯଦି କୌଣସି କାରଣରୁ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଯାଏ ତେବେ ଏହି ସମୟରେ ବିଚଳିତ ନହୋଇ ଆପଣ ବ୍ୟବହାର କରୁଥିବା ଚାଦର କିମ୍ବା କୌଣସି ମୋଟା କପଡାକୁ ପାଣିରେ ଭିଜାଇ ଏହି ଓଦା କପଡା ବା ଚାଦରକୁ ଜଳୁଥିବା ସିଲିଣ୍ଡର ଉପରେ ଢାଙ୍କି ଦିଅନ୍ତୁ । ଦେଖିବେ ମାତ୍ର କେଇ ମୁହୂର୍ତ୍ତରେ ଜଳିଉଠୁଥିବା ସିଲିଣ୍ଡରଟିରେ ନିଆଁ ଲିଭିଯିବ ।