କନକ ବ୍ୟୁରୋ : ନକଲି ଟଙ୍କା କାରବାର । ୨ଜଣଙ୍କୁ ଗିରଫ । ଭଦ୍ରକ ଜାତୀୟ ରାଜପଥର ନାଳାଙ୍ଗ ଠାରେ ନକଲି ଟଙ୍କା କାରବାର ଚଳାଇଥିବା ରାକେଟକୁ ଧରିଛି ବାସୁଦେବପୁର ପୁଲିସ । ୨ ଅଭିଯୁକ୍ତଙ୍କ ଠାରୁ ୪୧ ହଜାର ଟଙ୍କାର ଜାଲି ନୋଟ ସହ ୭୨ ହଜାର ଅସଲି ନୋଟ ଜବତ କରିଛି ପୋଲିସ । ଏହା ସହ ଏକ ଗାଡ଼ି, ୩ଟି ଗାଡ଼ି ନମ୍ବର ପ୍ଲେଟ ଓ ୩ଟି ମୋବାଇଲ ଜବତ ହୋଇଛି । ବାସୁଦେବପୁର ଅଂଚଳର ଏକ ଯୁବକକୁ ଏହି ରାକେଟ ଫୋନରେ ଯୋଗାଯୋଗ କରି ଠିକାବାକୁ ଉଦ୍ୟମ କରିଥିଲା ।

Advertisment

ଏକ ଲକ୍ଷ ଦେଇ ୨ଲକ୍ଷ ନେବାକୁ ପ୍ରସ୍ତାବ ଦେବା ସହ ନାଳାଙ୍ଗ ନିକଟକୁ ଡାକିଥିଲା । ହେଲେ ଯୁବକ ପୁଲିସକୁ ଏନେଇ ଖବର ଦେଇଥିଲା । ରାକେଟକୁ ଧରିବା ପାଇଁ ଏକ ଟିମ୍ ଗଠନ କରିବା ସହ ସାଧା ପୋଷାକରେ ଛକି ରହିଥିଲା । ଟଙ୍କା ନେଣ ଦେଣ୍ ବେଳେ ପୁଲିସ ୨ଜଣଙ୍କୁ ଗିରଫ କରିଥିଲା ।