ଅଗଷ୍ଟ, ସେପ୍ଟେମ୍ବର ଜିଏସଟି ଜରିମାନା ଛାଡ଼

23

କନକ ବ୍ୟୁରୋ: ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ପାଇଁ ଯେଉଁ ବ୍ୟବସାୟୀମାନେ ଜିଏସଟି ରିଟର୍ଣ୍ଣ ଫାଇଲ୍ କରିନାହାନ୍ତି ସେମାନଙ୍କ ଉପରେ କୌଣସି ଜରିମାନା ଲାଗୁ କରାଯିବ ନାହିଁ । ସରକାରଙ୍କ ପକ୍ଷରୁ ଜରିମାନା ରାଶି ଉଚ୍ଛେଦ କରାଯାଇଛି । ଜୁଲାଇ ମାସର ଜରିମାନା ରାଶି ମଧ୍ୟ ଉଚ୍ଛେଦ କରାଯାଇଥିଲା । ସେପ୍ଟେମ୍ବରରେ ସରକାର ୯୨,୧୫୦ କୋଟି ଟଙ୍କାର ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ସଂଗ୍ରହ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୪୨.୯୧ ଲକ୍ଷ ବ୍ୟବସାୟୀ ଜିଏସଟି ରିଟର୍ଣ୍ଣ ଫାଇଲ୍ କରିଛନ୍ତି ।

ସେପ୍ଟେମ୍ବରରେ କେନ୍ଦ୍ରୀୟ ଜିଏସଟି ଆକାରରେ ୧୪.୦୪୨ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ରାଜ୍ୟ ଜିଏସଟି ଭାବେ ୨୧,୧୭୨ କୋଟି ଟଙ୍କା ଆଦାୟ ହୋଇଛି । ସମନ୍ଵିତ ଜିଏସଟି ପରିମାଣ ୪୮,୯୪୮ କୋଟି ଟଙ୍କା ରହିଛି । କ୍ଷତିପୂରଣ ସେସ୍ ଭାବେ ୭୯୮୮ କୋଟି ଟଙ୍କା ଆଦାୟ କରାଯାଇଛି । ଉଲ୍ଲେଖଯୋଗ୍ୟ, ଜୁଲାଇରେ ଜିଏସଟି ସଂଗ୍ରହ ୯୫,୦୦୦ କୋଟି ଟଙ୍କା ହୋଇଥିବା ବେଳେ ଅଗଷ୍ଟରେ ତାହା ୯୧,୦୦୦ କୋଟି ଟଙ୍କା ରହିଥିଲା ।