କନକ ବ୍ୟୁରୋ: ପିଆଜ ଦର ବୃଦ୍ଧି ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି । ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର । କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ତରଫରୁ ଏହି ନିଷ୍ପତି ନିଆଯାଇଛି । ଏପରିକି ପିଆଜ ରପ୍ତାନୀ ଆଇନରେ ସଂଶୋଧନ କରି ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି ମନ୍ତ୍ରଣାଳୟ ।

Advertisment

ଗତ କିଛି ଦିନ ହେବ ପିଆଜ ଉତ୍ପାଦନ ବହୁଳ ରାଜ୍ୟ ଗୁଡ଼ିକରେ ବର୍ଷାର ବିଭିଷୀକା ଜାରି ରହିଛି । ତେଣୁ ବଜାରରେ ପିଆଜ ଦର ଅହେତୁକ ଭାବେ ବଢ଼ି ଚାଲିଛି । ଆଉ ବେଆଇନ୍ ଭାବେ ବିକ୍ରୀ ହେଉଥିବା ପିଆଜ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଏପରିକି ପିଆଜ କିଲୋ କେଉଁଠି ୬୦ ତ ଆଉ କେଉଁଠି ୧୦୦ ଛୁଇଁଥିବା ଅଭିଯୋଗ ମଧ୍ୟ ହୋଇଥିଲା । ତେଣ ଏଭଳି ଦରରେ ରୋକ୍ ଲଗାଇବା ପାଇଁ ପିଆଜ ରପ୍ତାନୀ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ।

publive-imageସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ପିଆଜ ଦର ଗ୍ରାହକଙ୍କ ମୁଣ୍ଡ ବ୍ୟଥା କରିଛି । ରାଜ୍ୟ ସରକାର ଏହା ଉପରେ ରୋକ୍ ଲଗାଇବାକୁ ପ୍ରୟାସ ଜାରି ରଖିଥିବା ବେଳେ ଏବେ କେନ୍ଦ୍ର ସରକାର ଦର ନିୟନ୍ତ୍ରଣ ଉପରେ ରୋକ୍ ଲଗାଇବା ପାଇଁ ପିଆଜ ରପ୍ତାନୀ ଆଇନରେ ସଂଶୋଧନ ଆଣି ଏହା ଉପରେ ରୋକ୍ ଲାଗାଇଛନ୍ତି ।