ବିପୁଳ ପରିମାଣର ବିସ୍ଫୋରକ ଭର୍ତ୍ତି କଂଟେନରକୁ ଜବତ କଲା ଜୟପୁର ପୋଲିସ୍ । ହାଇଦ୍ରାବାଦରୁ ମାଲକାନଗିରି ହେଉଥିଲା ଚାଲାଣ

Advertisment
ବିପୁଳ ପରିମାଣର ବିସ୍ଫୋରକ ଭର୍ତ୍ତି କଂଟେନରକୁ ଜବତ କଲା ଜୟପୁର ପୋଲିସ୍ । ହାଇଦ୍ରାବାଦରୁ ମାଲକାନଗିରି ହେଉଥିଲା ଚାଲାଣ

କନକ ବ୍ୟୁରୋ: ବିପୁଳ ପରିମାଣର ବିସ୍ଫୋରକ ଭର୍ତି କଂଟେନରକୁ ଜବତ କଲା ଜୟପୁର ପୋଲିସ୍ । ହାଇଦ୍ରାବାଦରୁ ମାଲକାନଗିରିକୁ ଚାଲାଣ ହେଉଥିବାବେଳେ ଜବତ କରିଛି ପୋଲିସ୍ । ଅନୁମତିଠାରୁ ଅଧିକ ପରିମାଣର ନେଉଥିବାରୁ ଗାଡି ଓ ଡ୍ରାଇଭର ଅଟକ ।

publive-image

ମିଳିଥିବା ସୂଚନା ଅନୁଯାୟୀ, ହାଇଦ୍ରାବାଦରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଧରି ଏକ କଣ୍ଟେନର ମାଲକାନଗିରି ଜିଲ୍ଲାର କୋରକୁଣ୍ଡାକୁ ଯାଉଥିଲା। ପୁଲିସର ବିନା ଅନୁମତିରେ ମାଓପ୍ରବଣ ମାଲକାନଗିରି ଜିଲ୍ଲାକୁ ବିସ୍ଫୋରକ ସାମଗ୍ରୀ ଧରି ଯାଉଥିବା ଯୋଗୁ ପୁଲିସ ଉକ୍ତ ବିସ୍ଫୋରକ ବୋଝେଇ କଣ୍ଟେନରକୁ ଆଜି ସକାଳେ ଅଟକାଇଥିଲା। ସେଥିରେ ଥିବା ଦୁଇ ଗାଡ଼ିଚାଳକଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଥିବା ଜଣାଯାଇଛି।

publive-image

ଉକ୍ତ ବିସ୍ଫୋରକ ବୋଝେଇ କଣ୍ଟେନରରେ ପ୍ରାୟ ୭୫୦୦ ପ୍ୟାକେଟ୍ ଜିଲୋଟିନ୍ ଯାଉଥିଲା। ଅଧିକ ପରିମାଣର ବିସ୍ଫୋରକ ସାମଗ୍ରୀ ନେଉଥିବା ଅଭିଯୋଗରେ ଉଭୟଙ୍କୁ ଅଟକ ରଖାଯାଇଥିବା କୁହାଯାଉଛି। ଏସଂପର୍କରେ ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଅଧିକ ସୂଚନା ଦିଆଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe