କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଗୋଟେ ଦିନ ବିତିଯାଇଥିବା ବେଳେ ଦ୍ୱିତୀୟ ଦିନ ସକାଳୁ ସକାଳୁ ରାଜଧାନୀ କିବରେ ଶୁଣିବାକୁ ମିଳିଛି ବିସ୍ଫାରଣର ଭୟଙ୍କର ଶବ୍ଦ । ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ କିଭର ମଧ୍ୟଭାଗରେ ୨ଟି ବିସ୍ଫାରଣ ଓ ପୂର୍ବଭାଗରେ ଗୋଟିଏ ବିସ୍ଫୋରଣ ନେଇ ସୂଚନା ରହିଛି । ୟୁକ୍ରେନର ପୂର୍ବ ଗୃହମନ୍ତ୍ରୀ ଆନ୍ତୋନ୍ ହାରାସେ ଚେନଙ୍କୋ ଏହି ବିସ୍ଫୋରଣ ଶୁଣିଥିବା ଦାବି କରିଛନ୍ତି । କ୍ରୁଜ ଓ ବାଲେଷ୍ଟ୍ରିକ୍ ମିସାଇଲର ବ୍ୟବହାର କରାଯାଇଛି । ହେଲେ ଏନେଇ ୟୁକ୍ରେନ ସେନା ବିଭାଗ ପକ୍ଷରୁ କୌଣସି ବିଧିବଦ୍ଧ ଭାବେ ସୂଚନା ମିଳିନାହିଁ ।

Advertisment

କ’ଣ ରହିଛି ୟୁକ୍ରେନ-ଋଷିଆ ଯୁଦ୍ଧକୁ ନେଇ ତାଜା ଅପଡେଟ୍ ?

- ୟୁକ୍ରେନ ରାଜଧାନୀ କିବରେ ଆଜି ମଧ୍ୟ ଋଷିଆ ସେନାର ବୋମାମାଡ
- ଆଜି ଋଷିଆର ୨ଟି ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ୟୁକ୍ରେନର ଦାବି
- ଋଷ ସେନାର ବିପୁଳ କ୍ଷତି କରିଥିବା ଦାବି କରୁଛି ୟୁକ୍ରେନ ସେନା
- ଋଷିଆର ୭ଟି ଏୟାରକ୍ରାଫ୍ଟ, ୬ ହେଲିକପ୍ଟର, ୩୦ ଟ୍ୟାଙ୍କ ନଷ୍ଟ କରିଥିବା ଦବି
- ଯାହା ମଧ୍ୟରେ ରହିଛି ଅତ୍ୟାଧୁନିକ ସୁଖୋଇ ଏସ- ୩୦ ଯୁଦ୍ଧ ବିମାନ
- ୫୦ ଜଣ ଋଷିଆ ସୈନିକଙ୍କ ମୃତ୍ୟୁ, ୨୫ ଜଣ ଆତ୍ମ ସମର୍ପଣ କରିଥିବା ୟୁକ୍ରେନର ଦାବି
- ୟୁକ୍ରେନର କୋନୋଟୋପ ସହରକୁ ଘେରି ରହିଛି ଋଷିଆ ସେନା
- ରାଜଧାନୀ କିବ ଆଡକୁ ଲଗାତର ଅଗ୍ରସର ହେଉଛି ଋଷିଆ ସେନା
- ଋଷିଆର ମୁକାବିଲା ପାଇଁ ସାଧାରଣ ନାଗରକିଙ୍କୁ ଅସ୍ତ୍ରଶସ୍ତ୍ର ଦେଲା ୟୁକ୍ରେନ
- ଲୋକଙ୍କୁ ପ୍ରାୟ ୧୦ ହଜାର ଆସଲ୍ଟ ରାଇଫଲ ଦେଇଥିବା କିବ ମିଡିଆରେ ପ୍ରକାଶ
- ଋଷିଆ ପ୍ରାୟ ୨୦୩ଟି ରକେଟ ମାଡ କରିଥିବା ୟୁକ୍ରେନ ସେନାର ସୂଚନା
- ଋଷିଆ ସେନାର ଆକ୍ରମଣରେ ୧୩୭ ୟୁକ୍ରେନ ସୈନ୍ୟ ଓ ନାଗରିକଙ୍କ ମୃତ୍ୟୁ