ଶୀଘ୍ର ହିଁ ବଦଳିବାକୁ ଯାଉଛି ଆପଣଙ୍କ ରୋଷେଇ ଘର ଗ୍ୟାସ ସିଲିଣ୍ଡର : ବ୍ଲାଷ୍ଟ ପ୍ରୁଫ ହେବା ସହିତ ଚୋରି ହୋଇପାରିବନି ଗ୍ୟାସ

75

ଆପଣ ଠିକ ଶୁଣିଛନ୍ତି । ଭାରତର ସରକାରୀ ତେଲ କମ୍ପାନୀ ଶୀଘ୍ର ହିଁ ସବୁଠାରୁ ଆଡଭାନ୍ସ ଏବଂ ସୁରକ୍ଷିତ ସିଲିଣ୍ଡର ଲଂଚ କରିବେ । ଏହି ସିଲିଣ୍ଡରକୁ ଏକ ପ୍ରାଇଭେଟ କମ୍ପାନୀ ମାର୍କେଟରେ ଉପଲବ୍ଧ କରାଇବ । ଏହି ସିଲିଣ୍ଡର କେବଳ ବ୍ଲାଷ୍ଟ ପ୍ରୁଫ ହେବନି ବରଂ ଫାଇବର କାରଣରୁ ଏହି ସିଲିଣ୍ଡରର ଓଜନ ବି କମ ହେବ । ଏହି ସିଲିଣ୍ଡରର ଆହୁରି ବିଶେଷତ୍ୱ ହେବ କି ଆପଣଙ୍କୁ ଗ୍ୟାସର ମାତ୍ରା ବି ଦେଖାଯିବ । ଏହି କାରଣରୁ ଗ୍ୟାସ ସିଲିଣ୍ଡର ଡେଲିଭରି କରୁଥିବା କର୍ମଚାରୀ ଗ୍ୟାସ ଚୋରି କରିପାରିବେନି ।

ବେଳେବେଳେ ଲୋକଙ୍କ ଅଭିଯୋଗ ଥାଏ କି ସିଲିଣ୍ଡରର ଓଜନ ଠିକ ଥାଏ, କିନ୍ତୁ ସିଲିଣ୍ଡର କମ ଦିନ ଚାଲେ । ପ୍ରକୃତରେ ଗ୍ୟାସ ସିଲିଣ୍ଡର ଡେଲିଭରି କରୁଥିବା କର୍ମଚାରୀମାନେ ସିଲିଣ୍ଡରରୁ ଗ୍ୟାସ କାଢ଼ି ସେଥିରେ ସେତିକି ପରିମାଣର ପାଣି ଭରି ଦିଅନ୍ତି । ସେହି କାରଣରୁ ସିଲିଣ୍ଡରର ଓଜନ ଠିକ ରହେ । ଭାରତରେ ଏକ ପ୍ରାଇଭେଟ କମ୍ପାନୀ ଗୋ ଗ୍ୟାସ ଏଭଳି ପ୍ରକାରର ଗ୍ୟାସ ସିଲିଣ୍ଡର ଲଂଚ କରିସାରିଛି । ଜନସାଧାରଣଙ୍କ ପାଇଁ କନେକ୍ସନର ବୁକିଂ ବି ଆରମ୍ଭ ହୋଇସାରିଛି, କିନ୍ତୁ ଶୀଘ୍ର ହିଁ ସରକାରୀ କମ୍ପାନୀ ଏମିତି ହିଁ ଗ୍ୟାସ ସିଲିଣ୍ଡର ଲଂଚ କରିବାର ପ୍ରସ୍ତୁତି ରଖିଛନ୍ତି । ଏହାର ପୁରା ବଡି ଫାଇବରର । କିନ୍ତୁ ଏଥିରେ ସରକାରଙ୍କ ଠାରୁ ମିଳୁଥିବା ସବସିଡି ଗ୍ରାହକଙ୍କୁ ମିଳିପାରିବନି ।