କନକ ବ୍ୟୁରୋ : ତାମିଲନାଡୁର ମଦୁରାଇରେ ଦେଖିବାକୁ ମିଳିଛି ଭୟଙ୍କର ଦୁର୍ଘଟଣା । ଏଠାରେ ଏକ ବାଣ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବା କାରଣରୁ ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଲୋକ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ତୁରନ୍ତ ମେଡିକାଲ ନିଆଯାଇ ଚିକିତ୍ସା କରାଯାଉଛି ।

Advertisment

ମଦୁରାଇ ନିକଟସ୍ଥ ବଡକମପଟିଟୀ ଅସିଲବଣ୍ଟି ଅଞ୍ଚଳରେ ରହିଛି ଏହି ବାଣ ଫ୍ୟାକ୍ଟ୍ରି । ଏହାର ମାଲିକ ବଲ୍ଲେୟାପନ ବୋଲି ଜଣେ ବ୍ୟକ୍ତି ବୋଲି କୁହାଯାଉଛି । ଗୁରୁବାର ଦିନ ଏହି ବାଣ ଫ୍ୟାକ୍ଟିରେ ଅଚାନକ ବିସ୍ଫୋରଣ ହୋଇଥିଲା । ଫଳରେ ଫ୍ୟାକ୍ଟ୍ରି ମଧ୍ୟରେ କାମ କରୁଥିବା ଶ୍ରମିକମାନେ କିଛି ବୁଝିବା ଆଗରୁ ୫ ଜଣଙ୍କର ଜୀବନ ଚାଲିଯାଇଥିଲା ।

ଏଭଳି ବିସ୍ଫୋରଣର ସୂଚନା ପାଇବା ପରେ ପୋଲିସ ପ୍ରଶାସନ ସେଠାରେ ପହଂଚିଥିଲା । ପ୍ରଥମେ ସେମାନେ ଗୁରୁତରମାନଙ୍କୁ ମେଡିକାଲ ପଠାଇଛନ୍ତି । ଏପଟେ ମୃତକମାନଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରାଯାଉଛି ।

କହିରଖୁ କି ଚଳିତ ବର୍ଷ ଅକ୍ଟୋବର ମାସରେ ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରେ ଏକ ବେଆଇନ ବାଣ ଫ୍ୟାକ୍ଟ୍ରିରେ ବି ବିସ୍ଫୋରଣ ହୋଇଥିଲା । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ ।