କନକ ବ୍ୟୁରୋ : ଭୟାବହ ବିସ୍ଫୋରଣରେ ଥରି ଉଠିଛି ବାଂଲାଦେଶ । ଦକ୍ଷିଣ-ପୂର୍ବ ବାଂଲାଦେଶ ଶନିବାର ରାତିରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଲଗାତାର ବୃଦ୍ଧି ପାଉଛି । ଏବେ ସୁଦ୍ଧା ୪୯ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ । ଶନିବାର ମଧ୍ୟରାତ୍ରରେ ଚଟଗାଓଁରେ ଥିବା ଏକ କେମିକାଲ କାରଖାନାର ଡିପୋରେ ହଠାତ ପ୍ରଚଣ୍ଡ ଶଦ୍ଧ ସହ ବଡଧରଣର ବିସ୍ଫୋରଣ ଘଟିଥିଲା । କେହି କିଛି ବୁଝିବା ଆଗରୁ ନିଆଁ ମୁହଁକୁ ଠେଲି ହୋଇଯାଇଥିଲେ ଶହ ଶହ ସଂଖ୍ୟକ ଶ୍ରମିକ । ଘଟଣାରେ ଏବେ ସୁଦ୍ଧା ୪୯ଜଣଙ୍କ ମୃତ୍ୟୁ ହୋଇସାରିଥିବାବେଳେ ୫ଶହରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ପିଟିଆଇର ସୂଚନା ମୁତାବକ ଶନିବାର ରାତିରେ ଏହି କେମିକାଲ କାରଖାନାରେ ଥିବା କଣ୍ଟେନର ଡିପୋରେ ହଠାତ ନିଆଁ ଲାଗିଥିଲା । ନିଆଁକୁ ଆୟତ କରିବା ପାଇଁ ଉଦ୍ଧାରକାରୀଦଳ ସେଠାରେ ପହଁଚିବା ପରେ ହଠାତ କଣ୍ଟେନରେ ବଡଧରଣର ବିସ୍ଫୋରଣ ଘଟିଥିଲା । ଘଟଣାରେ ଉଭୟ ଶ୍ରମିକ ଓ ଉଦ୍ଧାରକାରୀ ଦଳର କିଛି ସଦସ୍ୟଙ୍କ ମିଶାଇ ଏବେ ସୁଦ୍ଧା ମୋଟ ୪୯ଜଣଙ୍କ ମୃତ୍ୟୁ ହୋଇସାରିଛି । ଭୟାନକ ବିସ୍ଫୋରଣରେ ଚିହ୍ନି ହେଉନଥିବା କିଛି ମୃତକଙ୍କ ପରିଚୟ ଜାଣିବା ପାଇଁ ଡିଏନ ଟେଷ୍ଟ କରିବାକୁ ପଡିଛି । ଘଟଣାକୁ ନେଇ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଓ ଆହତଙ୍କୁ ସାହାଯ୍ୟ ରାଶି ପ୍ରଦାନ କରିଛନ୍ତି ।