ନୌସେନା ଡକୟାର୍ଡରେ ଭିତରେ ଥିବା ଆଇଏନଏସ୍ ରଣବୀରରେ ବିସ୍ଫୋରଣ । ୩ ଯବାନ ସହିଦ, ଅନେକ ଆହତ

ନୌସେନା ଡକୟାର୍ଡରେ ଭିତରେ ଥିବା ଆଇଏନଏସ୍ ରଣବୀରରେ ବିସ୍ଫୋରଣ । ୩ ଯବାନ ସହିଦ, ଅନେକ ଆହତ

କନକ ବ୍ୟୁରୋ: ମୁମ୍ବାଇର ନୌସେନା ଡକୟାର୍ଡରେ ବିସ୍ଫୋରଣ । ଡକୟାର୍ଡ ଭିତରେ ଥିବା ଆଇଏନଏସ୍ ରଣବୀରରେ ବିସ୍ଫୋରଣ ଘଟିଛି । ତେବେ ଏହି ବିସ୍ଫୋରଣରେ ୩ ଜଣ ଯବାନ ସହିଦ ହୋଇଥିବାବେଳେ, ଅନେକ ଆହତ ହୋଇଥିବା ସୂଚନା ମିଳିଛି ।  ଏହି ବିସ୍ଫୋରଣରେ ୧୧ ଜଣ ସେଲର୍ସ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ନୌସେନା ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଅନ୍ୟପଟେ ନୌସେନା ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏସଂପର୍କରେ ସୂଚନା ମିଳିବା ପରେ ନୌସେନା ପକ୍ଷରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଆଁ ଲିଭାଯିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା । ନିକଟ ଅତୀତରେ ଆଇଏନଏସ ରଣବୀର ପୂର୍ବାଞ୍ଚଳ କମାଣ୍ଡରେ ମୁତୟନ ଥିଲା । ନିକଟରେ ଏହା ନିଜର ମୂଳ ବେସ- ପଶ୍ଚିମାଞ୍ଚଳ ନୌସେନା କମାଣ୍ଡକୁ ଫେରିଥିଲା । ଏହି ବିସ୍ଫୋରଣର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ପାଇଁ ନୌସେନା ପକ୍ଷରୁ ଏକ ବୋର୍ଡ ଅଫ ଇନକ୍ବାରୀ ନିର୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe