କନକ ବ୍ୟୁରୋ: ମୁମ୍ବାଇର ନୌସେନା ଡକୟାର୍ଡରେ ବିସ୍ଫୋରଣ । ଡକୟାର୍ଡ ଭିତରେ ଥିବା ଆଇଏନଏସ୍ ରଣବୀରରେ ବିସ୍ଫୋରଣ ଘଟିଛି । ତେବେ ଏହି ବିସ୍ଫୋରଣରେ ୩ ଜଣ ଯବାନ ସହିଦ ହୋଇଥିବାବେଳେ, ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ୧୧ ଜଣ ସେଲର୍ସ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ନୌସେନା ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଅନ୍ୟପଟେ ନୌସେନା ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଏସଂପର୍କରେ ସୂଚନା ମିଳିବା ପରେ ନୌସେନା ପକ୍ଷରୁ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଆଁ ଲିଭାଯିବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା । ନିକଟ ଅତୀତରେ ଆଇଏନଏସ ରଣବୀର ପୂର୍ବାଞ୍ଚଳ କମାଣ୍ଡରେ ମୁତୟନ ଥିଲା । ନିକଟରେ ଏହା ନିଜର ମୂଳ ବେସ- ପଶ୍ଚିମାଞ୍ଚଳ ନୌସେନା କମାଣ୍ଡକୁ ଫେରିଥିଲା । ଏହି ବିସ୍ଫୋରଣର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ପାଇଁ ନୌସେନା ପକ୍ଷରୁ ଏକ ବୋର୍ଡ ଅଫ ଇନକ୍ବାରୀ ନିର୍ଦେଶ ଦିଆଯାଇଛି ।
In an unfortunate incident today at Naval Dockyard Mumbai, 3 naval personnel lost their lives in an explosion in an internal compartment onboard INS Ranvir. Responding immediately, the ship’s crew brought the situation under control. There is no major material damage. pic.twitter.com/c9wJUieCCj
— ANI (@ANI) January 18, 2022