ଏଲପିଜି ଟାଙ୍କି ଫାଟିବାରୁ ପେଟ୍ରୋଲ ପମ୍ପରେ ବିସ୍ଫୋରଣ । କିଛି ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ କରାଯାଇଛି ଭର୍ତ୍ତି : ସିପି

465

କନକ ବ୍ୟୁରୋ : ଏଲପିଜି ଟାଙ୍କି ଫାଟିବାରୁ ପେଟ୍ରୋଲ ପମ୍ପରେ ବିସ୍ଫୋରଣ । ବର୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଅଗ୍ନିଶମ ବିଭାଗର କର୍ମଚାରୀ ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି । କିଛି ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର । ତେବେ ରାଜଧାନୀରେ ପେଟ୍ରୋଲ ପମ୍ପରେ ବଡଧରଣର ଅଗ୍ନିକାଣ୍ଡ ।

ରାଜଭବନ ନିକଟ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ଟାଙ୍କିରେ ନିଆଁ ଲାଗିବା ପରେ ଜୋରଦାର ବିସ୍ଫୋରଣ ହୋଇଛି । ନିଆଁ ଲାଗିବା ପରେ ପ୍ରଚଣ୍ଡ ଶବ୍ଦ କରି ଆକାଶକୁ ଉଡିଯାଇଥିଲା ଟାଙ୍କି । ଏଥିରେ ତେଲ ଟାଙ୍କି ତଥା ଏହାର ଆଖପାଖ ଅଂଚଳ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ଏକାଧିକ ଟିମ୍ ଉଦ୍ୟମ ଜାରି ରଖିଛି ।

ନିଆଁ ଏତେ ଭୟଙ୍କର ରହିଥିଲା ଯେ ପ୍ରାୟ ୫ କିଲୋମିଟର ଦୂରରୁ ଆକାଶକୁ ନିଆଁ ଉଠୁଥିବାର ଦେଖିବାକୁ ମିଳିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ନିଆଁ କେମିତି ଲାଗିଲା ଜଣାପଡିନାହିଁ । କିନ୍ତୁ ହଠାତ୍ ଜୋରଜାର ବିସ୍ଫୋରଣରେ ଥରି ଉଠିଥିଲା ସାରା ଅଂଚଳ । ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ ।